ITR Filing: ଏବେ ମୋବାଇଲ ଫୋନରୁ ବି ଭରି ପାରିବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ଏହି ସୁବିଧା

କରୋନା ଯୋଗୁ ଏବେ ଧୀରେ ଧୀରେ ସବୁ ଅନଲାଇନ ହେବାରେ ଲାଗିଛି। ଆୟକର ବିଭାଗ ମଧ୍ୟ ଏକ ନୂଆ ପ୍ରକାରର ଆରମ୍ଭ କରିବାକୁ ଯାଉଛି। ଗତବର୍ଷ ବିଭାଗ ସଙ୍ଗଠନାତ୍ମକ ପରିବର୍ତ୍ତନ କରିଥିଲା। ବର୍ତ୍ତମାନ ଆୟକରଦାତାଙ୍କ ପାଇଁ ଆସନ୍ତା ୭ ଜୁନରୁ ନୂଆ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛି, ଯଦ୍ଦ୍ୱାରା ଆୟକରଦାତା ନିଜ ଆଇଟିଆର ମୋବାଇଲ ଫୋନରୁ ବି କରିପାରିବେ।

ପୋର୍ଟାଲର ନାମ e-filing 2.0. ଦିଆଯାଇଛି। ଏଣିକି ପୁରୁଣା ପୋର୍ଟାଲ ଜରିଆରେ ଇ-ଫାଇଲିଙ୍ଗ ହୋଇପାରିବ ନାହିଁ। କାହିଁକିନା, ଏହାପରେ ତାହାକୁ ବନ୍ଦ କରିଦିଆଯିବ। ଏହି ପୋର୍ଟାଲରେ ଆପଣ ଦେଖିବାକୁ ପାଇବେ କି, ଆପଣଙ୍କ ଆଇଟିଆର ପ୍ରଥମରୁ ହିଁ ଭରି ଯାଇଛି। ଏହିଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।

କେମିତି ଭରାଯିବ ଇନକମ ଟ୍ୟାକ୍ସ ରିଟର୍ଣ୍ଣ

ପ୍ରଥମେ ଆପଣଙ୍କୁ http://incometax.gov.in.କୁ ଯିବାକୁ ହେବ। ଏହା ନୂଆ ୱେବସାଇଟର ଲିଙ୍କ। ପୂର୍ବରୁ ଏହି ୱେବସାଇଟର ନାଁ http://incometxindiaefilling.gov.in. ଥିଲା। ଏହି କାରଣରୁ ଆପଣ ୧ରୁ ୬ ଜୁନ ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରି ପାରିବେ ନାହିଁ। କାହିଁକିନା, ଏହି ସମୟରେ ଏହା ସକ୍ରିୟ ରହିବ ନାହିଁ। ଏହାଛଡ଼ା ନୂଆ ୱେବସାଇଟରେ ଆପଣ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ୭ ଜୁନ ପରେ ହିଁ ଭରି ପାରିବେ।

ଯଦି ଆପଣ ଏବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାକୁ ଚାହୁଁଛନ୍ତି, ତା’ହେଲେ ୩୧ ମେ’ ପର୍ଯ୍ୟନ୍ତ ପୁରୁଣା ୱେବସାଇଟରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିପାରିବେ। ଏହାଛଡ଼ା ଯଦି ଆପଣ ଆଇଟିଆର ପାଇଁ କୌଣସି ବି ସେବା ନେଉଛନ୍ତି, ତ ଆପଣଙ୍କୁ ସେଥିରୁ ଛୁଟକାରା ମିଳିଯିବ। ଏବେ କୌଣସି ବି ପ୍ରକାର ଡକ୍ୟୁମେଣ୍ଟ ଅପଲୋଡିଙ୍ଗରୁ ଆପଣ ଛୁଟକାରା ପାଇବେ। କିନ୍ତୁ ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଆପଣ ସବୁ କିଛି ଠିକ ଠିକ ଭରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.