ନିଜ ନାବାଳକ ପିଲାଙ୍କ ପାଇଁ ଏପରି କରନ୍ତୁ ପାନକାର୍ଡ ଆବେଦନ, ଜାଣନ୍ତୁ ଷ୍ଟେପ

ଯଦି ଆପଣ ପାନକାର୍ଡ ଧାରୀ କିମ୍ବା ପାନକାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। କାରଣ ସରକାର ଏବେ ପାନକାର୍ଡ ସମ୍ପର୍କରେ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି।  ଏହି ନିଷ୍ପତ୍ତି ଏବେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ ଲାଗୁ କରାଯିବ। ତେବେ ଆଧାରକାର୍ଡ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଜରୁରୀ ଦସ୍ତାବିଜ ହୋଇଥିବା ବେଳେ ପାନକାର୍ଡ କେବଳ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକଙ୍କ ପାଇଁ ଲାଗୁ ଥିଲା। କିନ୍ତୁ ଏବେ ୧୮ ବର୍ଷ ବୟସରୁ କମ୍ ବା ନାବାଳକମାନେ ମଧ୍ୟ ନିଜ ପାଇଁ ପାନକାର୍ଡ ଆପ୍ଲାଏ କରି ପାରିବେ।

ତେବେ ଆପଣ ଯଦି ଭାବୁଥିବେ ପିଲାଙ୍କର ପାନ କାର୍ଡର କଣ ଦରକାର ? ତାହାହେଲେ ଜାଣିନିଅନ୍ତୁ। ଯଦି ଆପଣଙ୍କ ପିଲା ୧୮ ବର୍ଷରୁ କମ ହୋଇ ମଧ୍ୟ ରୋଜଗାର କରୁଥିବ କିମ୍ବା ଆପଣ ନିଜ ପିଲାକୁ ନିଜ ଇନଭେଷ୍ଟମେଣ୍ଟରେ ନୋମିନି କରିବାକୁ ଚାହୁଁଥିବେ ତେବେ ଏହି ସମୟରେ ପାନକାର୍ଡ ଦରକାର ପଡ଼ିଥାଏ। ପ୍ରାୟତଃ ଏ କଥା ସମସ୍ତଙ୍କୁ ଜଣାନଥାଏ। ଯେଉଁଥି ପାଇଁ ଠିକ ସମୟରେ ଅନେକ ସମସ୍ୟା ଦେଖାଦିଏ। କାମ ଶୀଘ୍ର ହେବା ବାହାନାରେ ବିଳମ୍ବ ହୋଇ ଚାଲେ। ତେଣୁ ଆଜି ଆମେ କହିବୁ ଦର୍ଶକବନ୍ଧୁ ବୟସ କମ ହୋଇଥିଲେ ସୁଦ୍ଧା ଆପଣ ନିଜ ପିଲା ପାଇଁ କିପରି ପାନକାର୍ଡ ଆପ୍ଲାଏ କରିବେ।

ପାନକାର୍ଡ ମାନେ permanent account number, ଯାହା ଅର୍ଥ କାରବାର ସମୟରେ ବହୁତ ଜରୁରୀ । ତେବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ମଧ୍ୟ ଏହା ଦରକାର ପଡ଼ିଥାଏ। ସରକାରୀ କାର୍ଯ୍ୟାଳୟରେ ଟଙ୍କା ଟ୍ରାନ୍ସଫରଠୁ ଆରମ୍ଭ କରି ଟଙ୍କା ନିବେଶରେ ଏହି କାର୍ଡ ବ୍ୟବହାର କରାଯାଏ। ତେବେ ଆମେ ସମସ୍ତେ ୧୮ ବର୍ଷ ବୟସ ପରେ ହିଁ ପାନକାର୍ଡ ପାଇଁ ଆପ୍ଲାଏ କରିଥିବେ। କିନ୍ତୁ ଏବେ ୧୮ ବର୍ଷରୁ କମ ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ଦର୍ଶକବନ୍ଧୁ ଏବେ ଆପଣ ନିଜ ପିଲାଙ୍କ ପାଇଁ ପାନକାର୍ଡ ଖୁବ ସହଜରେ ଆପ୍ଲାଏ କରିପାରିବେ। ଏଥିପାଇଁ କିଛି ଜରୁରୀ ଟିପ୍ସ ଅଛି ତାହା ପ୍ରଥମେ ଜାଣି ନିଅନ୍ତୁ।

ଆବେଦନ କରିବାର ପ୍ରକ୍ରିୟା:

-ଅନଲାଇନରେ ଆବେଦନ କରିବା ପାଇଁ ପ୍ରଥମେ ଆପଣ NSDLର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
-କ୍ୟାଟେଗୋରି ସିଲେକ୍ଟ କରିବା ପରେ ନିର୍ଦ୍ଧାରିତ ଫର୍ମରେ ନିଜର ସମସ୍ତ ତଥ୍ୟକୁ ସଠିକ ରୂପେ ଦିଅନ୍ତୁ ।
– ଏବେ ଆପଣ ୧୮ ବର୍ଷ ବୟସରୁ କମ ଥିବା ପିଲାଙ୍କ ବୟସର ପ୍ରମାଣ ପତ୍ର ଯୋଡ଼ି ଦିଅନ୍ତୁ। ଏହା ସହ ମାତା ପିତାଙ୍କ ଫଟୋ ଦେବା ପରେ ଫର୍ମକୁ ଅପଲୋଡ କରନ୍ତୁ।
-ଫର୍ମରେ ମାତା ପିତାଙ୍କ ଦସ୍ତଖତ ଥିବା ମଧ୍ୟ ଜରୁରୀ।
-ପରେ ୧୦୭ ଟଙ୍କା ଫିସ୍ ଭରିବା ଫର୍ମକୁ ସବମିଟ୍ କରନ୍ତୁ।
-ଏହାପରେ ଆପଣଙ୍କୁ ଏକ ରସିଦ୍ ନମ୍ବର ମିଳିବ। ଯାହାର ବ୍ୟବହାର ଆପଣ ଆବେଦନ ଷ୍ଟାଟସ୍ ଜାଣିବା ପାଇଁ କରି ପାରିବେ।
-ପରେ ବ୍ୟକ୍ତିଙ୍କ ପାଖକୁ ମେଲ ଆସିବ । ଶେଷରେ ମାତ୍ର ୧୫ ଦିନ ମଧ୍ୟରେ ହିଁ ଆପଣଙ୍କୁ ନିଜର ପାନକାର୍ଡ ମିଳିଯିବ।

ତେବେ ଏଥିପାଇଁ କିଛି ଜରୁରୀ କାଗଜପତ୍ରର ଆବଶ୍ୟକ ରହିଛି।

-ପାନକାର୍ଡ ଆପ୍ଲାଏ କରିବା ପାଇଁ ପ୍ରଥମେ ଘର ଠିକଣା ସହ ପରିଚୟ ପ୍ରମାଣ ପତ୍ର ଦରକାର ପଡ଼ିଥାଏ।
-ଆବେଦକ ମଧ୍ୟ ନିଜର ସଠିକ ପ୍ରମାଣ ପତ୍ର ଦେଖାଇବେ। ଯାହା ଭେରିଫାଏ କରାଯିବ।
– ଏହା ସହ ଅଭିଭାବକଙ୍କର ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ସହ ଭୋଟ ପରିଚୟ ପତ୍ରକୁ ଜମା କରିବାକୁ ପଡ଼ିବ ।
– ଠିକଣାର ପ୍ରମାଣ ପାଇଁ ପୋଷ୍ଟ ଅଫିସ ପାସବୁକ୍ , ପ୍ରପର୍ଟି ରେଜିଷ୍ଟ୍ରେସନ୍ର ଡକୁମେଣ୍ଟ ସହ ଆଧାର କାର୍ଡ କପି ଜମା କରିବାକୁ ହେବ। ଏଭଳି ଭାବେ ଆପଣ ନିଜ ନାବାଳକ ପିଲା ପାଇଁ ପାନକାର୍ଡ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.