ଚିନ୍ତା କରନ୍ତୁନି…ଏଣିକି ଟ୍ରେନ୍‌ରେ ଆରାମରେ ଶୋଇପାରିବେ ଯାତ୍ରୀ; ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଉଠାଇ ଦେବ ରେଲୱେ!

ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର। ରେଲୱେ ଲଗାତାର ନିଜ ସେବାରେ ସୁଧାର ଆଣିବା ସହିତ ନୂଆ ନୂଆ ଅପ୍‌ଡେଟ୍‌ ନେଇକି ଆସୁଛି। ଏହାରି ଭିତରେ ରେଲୱେ ଯାତ୍ରୀମାନଙ୍କ ପାଇଁ ଆଉ ଏକ ନୂଆ ସୁବିଧା ଆଣିଛି। ଏଣିକି ଆପଣ ଷ୍ଟେସନ ମିସ୍‌ କରିଦେବା ବିଷୟରେ ଚିନ୍ତା ନ କରି ଟ୍ରେନ୍‌ରେ ଆରାମରେ ଶୋଇ ପାରିବେ। ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ରେଲୱେ ଆପଣଙ୍କୁ ଉଠାଇ ଦେବ। ଏହାଦ୍ୱାରା ଆପଣଙ୍କ ଷ୍ଟେସନ ମଧ୍ୟ ଛାଡ଼ିଯିବ ନାହିଁ ଏବଂ ଆପଣ ସହଜରେ ଆରାମ ବି କରି ପାରିବେ। ଆସନ୍ତୁ ରେଲୱେର ଏହି ଖାସ୍‌ ସୁବିଧା ବିଷୟରେ ଜାଣିବା।

ରେଲୱେର ଏହି ଖାସ୍‌ ସର୍ଭିସ୍‌ର ନାମ ‘ଡେଷ୍ଟିନେସନ ଆଲର୍ଟ େଓ୍ଵକ୍‌ଅପ ଅଲାର୍ମ’। ଅନେକ ବାର ଟ୍ରେନ୍‌ରେ ଲୋକମାନଙ୍କୁ ନିଦ ଆସି ଯାଇଥାଏ, ଯେଉଁ କାରଣରୁ ସେମାନଙ୍କ ଷ୍ଟେସନ ମିସ୍‌ ହୋଇଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ରେଲୱେ ଏମିତି ସୁବିଧା ଆରମ୍ଭ କରିଛି। ସାଧାରଣତଃ ରାତି ସମୟରେ ଏଭଳି ସମସ୍ୟା ଉପୁଜିଥାଏ। ରେଲୱେ ଏହି ସୁବିଧାକୁ ୧୩୯ ନମ୍ବର ଯାଞ୍ଚ ସେବାରେ ଉପଲବ୍ଧ କରିଛି। ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନେ ୧୩୯ ନମ୍ବରର ଇନ୍‌କ୍ୱାରୀ ସିଷ୍ଟମ୍‌ରେ ଆଲର୍ଟର ସୁବିଧା ମାଗି ପାରିବେ।

ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ଆସିବ ଆଲର୍ଟ

ଯଦି ଆପଣ ଏହି ସେବାର ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତ ଜାଣି ରଖନ୍ତୁ ଯାତ୍ରୀମାନଙ୍କୁ ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସେବା ମିଳି ପାରିବ। ରେଲୱେ ତରଫରୁ ଏଥିପାଇଁ ମାତ୍ର ୩ ଟଙ୍କା ଫିସ୍‌ ରଖାଯାଇଛି। ଯଦି ଆପଣ ଏହି ସର୍ଭିସ୍‌ ନେଉଛନ୍ତି, ତା’ ହେଲେ ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କ ଫୋନ୍‌କୁ ଆଲର୍ଟ ପଠାଯିବ।

ଏମିତି ସେବା ଆରମ୍ଭ କରି ପାରିବେ

-‘ଡେଷ୍ଟିନେସନ ଆଲର୍ଟ େଓ୍ଵକ୍‌ଅପ ଅଲାର୍ମ’ ସେବାକୁ ଆରମ୍ଭ କରିବା ପାଇଁ ଆପଣ IRCTCର ହେଲ୍ପଲାଇନ ନମ୍ବର ୧୩୯କୁ କଲ୍‌ କରନ୍ତୁ।

-କଲ୍‌ ରିସିଭ୍‌ ହେଲେ ନିଜ ଭାଷା ଚୟନ କରନ୍ତୁ।

-ଡେଷ୍ଟିନେସନ ଆଲର୍ଟ ପାଇଁ ପ୍ରଥମେ ୭ ଏବଂ ପରେ ୨ ନମ୍ବର ଦବାନ୍ତୁ।

-ଏହାପରେ ଯାତ୍ରୀଙ୍କୁ ୧୦ ଅଙ୍କର ପିଏନ୍‌ଆର୍‌ ନମ୍ବର ପଚରାଯିବ।

-ପିଏନ୍‌ଆର୍‌ ନମ୍ବର ଦେବା ପରେ କନ୍‌ଫର୍ମ କରିବା ପାଇଁ ୧ ଡାଏଲ କରନ୍ତୁ।

-ଏହି ପ୍ରକ୍ରିୟା ପରେ ସିଷ୍ଟମ୍‌ ପିଏନ୍‌ଆର୍‌ ନମ୍ବର ଭେରିଫାଏ କରି େଓ୍ଵକ୍‌ଅପ ଆଲର୍ଟ ଫିଡ୍‌ କରନ୍ତୁ।

-ଏହାର କନ୍‌ଫର୍ମେସନ ଏସ୍‌ଏମ୍‌ଏସ୍‌ ଯାତ୍ରୀଙ୍କ ମୋବାଇଲ ନମ୍ବରକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.