ପ୍ୟାନ୍‌କୁ ଯଦି ଆଧାର ସହିତ କରାଇ ନାହାନ୍ତି ଲିଙ୍କ୍‌, ତ ୧ ଜୁଲାଇରୁ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା

ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରାଇବାର ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ ୨୦୨୩। କିନ୍ତୁ ଏବେ ଆପଣଙ୍କୁ ଆଧାର-ପ୍ୟାନ୍‌ କାର୍ଡ ଲିଙ୍କ୍‌ କରାଇବା ପାଇଁ ଜରିମାନା ଦେବାକୁ ହେବ। ୨୯ ମାର୍ଚ୍ଚ ୨୦୨୨ରେ ଜାରି ନୋଟିଫିକେସନରେ CBDT କହିଥିଲା କି, ୩୧ ମାର୍ଚ୍ଚ ୨୦୨୨ ପରଠାରୁ ଆଧାର କାର୍ଡକୁ ପ୍ୟାନ୍‌ କାର୍ଡ ସହିତ ଲିଙ୍କ୍‌ କରାଇବା ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏମିତିରେ ଯଦି କୌଣସି ବ୍ୟକ୍ତି ୩୦ ଜୁନ୍‌ ୨୦୨୨ ସୁଦ୍ଧା ଆଧାର ଓ ପ୍ୟାନ୍‌ ଲିଙ୍କ୍‌ କରାଉ ନାହାନ୍ତି, ତେବେ ତାଙ୍କୁ ୫୦୦ ଟଙ୍କା ଜାଗାରେ ଅଧିକ ଜରିମାନା ଦେବାକୁ ପଡ଼ିବ।

୩୦ ଜୁନ୍‌ ସୁଦ୍ଧା ୫୦୦ ଟଙ୍କା ରହିବ ଜରିମାନା

CBDT ତରଫରୁ ଜାରି ସର୍କୁଲାରରେ କୁହାଯାଇଛି ଯେ ଯଦି କରଦାତା ୩୦ ଜୁନ୍‌ ୨୦୨୨ ସୁଦ୍ଧା ପ୍ୟାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରାଇ ନେଉଛନ୍ତି, ତ ସେମାନଙ୍କୁ କେବଳ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

୧ ଜୁଲାଇରୁ ଜରିମାନା ବଢ଼ିବ

ଯେଉଁ କରଦାତାମାନେ ୧ ଜୁଲାଇ କିମ୍ବା ଏହାପରେ ନିଜ ପ୍ୟାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରାଇବେ, ତ ସେମାନଙ୍କୁ ୫୦୦ ଟଙ୍କା ଜାଗାରେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହି ଭରଣା ଚାଲାଣ ସଂଖ୍ୟା ITNS 280 ଜରିଆରେ ହେବ। କହି ରଖୁଛୁ, ଯଦି କରଦାତାମାନେ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଆଧାର କାର୍ଡ ଓ ପ୍ୟାନ୍‌ କାର୍ଡକୁ ଲିଙ୍କ୍‌ କରାଇ ପାରି ନ ଥିବେ, ତା’ ହେଲେ ସେମାନଙ୍କ ପ୍ୟାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ।

ଆଧାର କାର୍ଡକୁ ପ୍ୟାନ୍‌ ସହ ଲିଙ୍କ୍‌ କରାଇବାର ସହଜ ଉପାୟ

-ପ୍ରଥମେ www.incometax.gov.in କୁ ଯାଆନ୍ତୁ।

-Quick ଲିଙ୍କ୍‌ ସେକ୍ସନରେ ଲିଙ୍କ୍‌ ଆଧାର ଅପସନକୁ ଯାଆନ୍ତୁ। ଯାହା ଉପରେ କ୍ଲିକ୍‌ କରୁ କରୁ ଏକ ନୂଆ ଓ୍ଵିଣ୍ଡୋ ଖୋଲିଯିବ।

-ଏବେ ଆପଣ ପ୍ୟାନ, ଆଧାର ସହିତ ନିଜ ନାମ ଏବଂ ମୋବାଇଲ ନମ୍ବରର ସୂଚନା ସେୟାର କରନ୍ତୁ।

-ସମସ୍ତ ତଥ୍ୟ ଠିକ୍‌ ଠିକ୍‌ ଭରିବା ପରେ ‘I Validate My Aadhaar Details’ ଅପସନକୁ ଯାଆନ୍ତୁ ଏବଂ Continue ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

-ଏବେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଏହାକୁ ଭରନ୍ତୁ ଏବଂ Validate ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଜରିମାନା ଭରନ୍ତୁ। ସମସ୍ତ ପ୍ରକ୍ରିୟା ପୂରା ହେବା ପରେ ଆପଣଙ୍କ ପ୍ୟାନ ଏବଂ ଆଧାର ଲିଙ୍କ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.