ୟୁଟ୍ୟୁବ ଟୁଲ୍ ! ଭିଡ଼ିଓ କପି ହେଲେ ତୁରନ୍ତ ନିର୍ମାତା ପାଇବେ ସୂଚନା

ନୂଆଦିଲ୍ଲୀ : ୟୁଟ୍ୟୁବ୍ କମ୍ପାନୀ ଭିଡ଼ିଓ ନିର୍ମାତାଙ୍କ ପାଇଁ ଏକ ଖୁସି ଖବର ଆଣିଛି। କମ୍ପାନୀ ଏକ ନୂଆ ଟୁଲ ପ୍ରସ୍ତୁତ କରିଛି, ଯାହା ଦ୍ବାରା ଭିଡ଼ିଓ ଚୋରୀ ହେଉଥିଲେ ନିର୍ମାତାଙ୍କୁ ତାହାର ସୂଚନା ମିଳିଯିବ। ଏହି ଟୁଲର ନାମ “କପିରାଇଟ୍ ମ୍ୟାଚ୍ ଟୁଲ” ରଖାଯାଇଛି। ଏହା ଟୁଲ ଦ୍ବାରା ଭିଡ଼ିଓ ଅପଲୋଡ଼ ହେବା ମାତ୍ରେ କମ୍ପାନୀ ଏହା ସ୍କାନିଂ କରି ତାହା ସହ ମିଶୁଥିବା ଭିଡ଼ିଓକୁ ଖୋଜାଯିବ। ତେବେ ଆପଣଙ୍କ ପାଇଁ ଖାସ ସୂଚନା ଏହି ସ୍କାନିଂ କେବଳ ସଂପୂର୍ଣ୍ଣ ଭିଡ଼ିଓ ଗୁଡ଼ିକର ହେବ। ଅପଲୋଡ଼୍ ହୋଇଥିବା ଛୋଟ ଛୋଟ କ୍ଲିପ୍ ଗୁଡ଼ିକର ଏଥିରେ ଯାଞ୍ଚ କରିବ ନାହିଁ। ଏହି ଟୁଲକୁ ଆସନ୍ତା ସପ୍ତାହରୁ କମ୍ପାନୀ ଲାଗୁ କରିବାକୁ ଯାଉଛି।

ୟୁଟ୍ୟୁବ୍ ଅନୁଯାୟୀ , ଏହି ଟୁଲ୍ କେବଳ ସେହି ଉପଭୋକ୍ତାଙ୍କ ପାଇଁ ଲାଗୁ କରାଯାଇଛି ଯାହାର ଚ୍ୟାନେଲରେ ୧,୦୦,୦୦୦ରୁ ଅଧିକ ସସ୍କ୍ରାଇବର୍ ରହିଥିବେ। ଏହି ଟୁଲ୍ ଭିଡ଼ିଓ ନିର୍ମାତାଙ୍କୁ ନୋଟିଫିକେସନ୍ ଜରିଆରେ ଭିଡ଼ିଓ ଚୋରୀ ହେଉଥିବା ସୂଚନା ଦେବ। ଏହା ପରେ ଭିଡ଼ିଓ ନିର୍ମାତା ଜଣଙ୍କ ମଞ୍ଜୁରୀ ଦେଲେ ହିଁ ସେହି ଭିଡ଼ିଓକୁ ଜଣେ କପି କରିପାରିବେ। ଏହା ଛଡ଼ା ଯାହାର ଆବଶ୍ୟକତା ନାହିଁ ସେମାନେ ଯୁଟ୍ୟୁବକୁ ଏହା ହଟାଇବା ପାଇଁ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.