ONGC ରେ ଲିଗାଲ୍‌ ଆଡଭାଇଜରୀ ପଦବୀ ଖାଲି, ଲ’ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ପ୍ରାର୍ଥୀଙ୍କ ପାଇଁ ଜବରଦସ୍ତ ସୁଯୋଗ। ଓଏନଜିସିରେ ଚାକିରି ଖୋଜୁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ୍‌ରେ ଲିଗାଲ ଡିପାର୍ଟମେଣ୍ଟରେ ଖାଲିପଡିଛି ପଦବୀ। ଏହି ଭର୍ତ୍ତି ପାଇଁ କମ୍ପାନୀ ପକ୍ଷରୁ ଆବେଦନପତ୍ର ଗ୍ରହଣ କରାଯାଉଛି।

ସୂଚନାଯୋଗ୍ୟ, ONGC ପକ୍ଷରୁ ଇ-୧ ଲେବଲ ଆସିଷ୍ଟାଣ୍ଟ ଲିଗାଲ୍‌ ଆଡଭାଇଜରୀ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଜାରି କରାଯାଇଥିବା ବିଜ୍ଞାପନ ଅନୁସାରେ ଏଠାରେ ୧୪ଟି ପଦବୀରେ ଭର୍ତ୍ତି କରାଯିବ। ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ ସଂପୂର୍ଣ୍ଣ ବିବରଣୀ ପଢିନେବା ଜରୁରୀ।

ପଦବୀ ବିବରଣୀ: ୧୪

ଲିଗାଲ ଆଡଭାଇଜରୀ

ଅଣସରଂକ୍ଷିତ ପଦବୀ ୬, ଓବିସି ୩, ଅନୁସୂଚିତ ଜାତି ଏବଂ EWS ୩ ପଦବୀ ଖାଲିପଡିଛି।

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅନଲାଇନ ଯାଇ ୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ସର୍ବାଧିକ ହେବା ଜରୁରୀ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି, ଦିବ୍ୟାଙ୍ଗ ପ୍ରାର୍ଥୀ, ବିଭାଗୀୟ ଏବଂ ପୂର୍ବତନ କର୍ମଚାରୀ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ସର୍ବାଧିକ ବୟସ ସୀମାରେ ଛୁଟ୍‌ ମିଳିବ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୬୦ ହଜାରରୁ ଊର୍ଦ୍ଧ୍ୱ ୧,୮୦,୦୦୦ ଟଙ୍କା ମାସିକ ମିଳିବ। ଏହାସହିତ ଓଏନଜିସି ଜରିଆରେ ପ୍ରତିବର୍ଷ ୩ ପ୍ରତିଶତ ବୃଦ୍ଧି ମଧ୍ୟ ହେବ।
ଆସିଷ୍ଟାଣ୍ଟ ଲିଗାଲ ଆଡଭାଇଜରୀ ପଦବୀ ପାଇଁ ଆବେଦନ ହେବା ପାଇଁ ଅଫିସିଆଲ େଓ୍ଵବସାଇଟ ongcindia.com କୁ ଯାଇ ଲିଙ୍କରେ ବିଜ୍ଞାପନ ଡାଉନଲୋଡ କରିପାରିବେ। ଅନଲାଇନ ଆପ୍ଲିକେସନ ପେଜକୁ ଯାଇ ଆବେଦନ କରିପାରିବେ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ ଆବେଦନ ଶୁଳ୍କ ୩୦୦ ଟଙ୍କା ଦେବାକୁ ପଡିବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛୁଟ ମିଳିବ।

ଶିକ୍ଷାଗତ ଯୋଗ୍ୟତା :

ଆସିଷ୍ଟାଣ୍ଟ ଲିଗାଲ ଆଡଭାଇଜର ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଆଇନ(ଲ)ରେ ଅତିକମରେ ୬୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏସନ ଡିଗ୍ରୀ ହେବା ଜରୁରୀ।

ଓକିଲ ଭାବେ ୩ ବର୍ଷ ପାଇଁପ୍ରାକ୍ଟିସ ସହିତ ପ୍ରଫେସନାଲ ଅଭିଜ୍ଞତା ଥିବା ଜରୁରୀ।

ଏହାଛଡା ଏଲଏଲଏମ ପାଇଁ ଆୟୋଜିତ ହେବାକୁ ଥିବା କ୍ଲଟ୍‌ ୨୦୨୨ରେ ସାମିଲ ହେବା ଜରୁରୀ।

ଅଧିକ ଜାଣିବା ପାଇଁ ଏଠାରେ ଚେକ୍‌ କରନ୍ତୁ :

https://ongcindia.com/documents/77751/3239478/employmentadeng.pdf

 

Also Read : ଇଂନିଜିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, BHEL ରେ ଖାଲିପଡିଛି ଟ୍ରେନି ପଦବୀ

Leave A Reply

Your email address will not be published.