ମହଙ୍ଗା ହୋଇପାରେ Swiggy-Zomatoରୁ ଖାଦ୍ୟ ମଗାଇବା, GST କାଉନସିଲ କମିଟି କଲା ଏହି ସୁପାରିଶ

ଅନଲାଇନ ଫୁଡ୍‌ ଡେଲିଭରି ଆଗାମୀ ଦିନରେ ମହଙ୍ଗା ହୋଇପାରେ। ଜିଏସ୍‌ଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ। କମିଟିର ଫିଟ୍‌ମେଣ୍ଟ ପ୍ୟାନେଲ ଫୁଡ୍‌ ଡେଲିଭରି ଆପ୍ସକୁ ଅତି କମ୍‌ରେ ୫ ପ୍ରତିଶତ ଜିଏସ୍‌ଟି ଯୋଜନା ପରସରକୁ ଆଣିବାକୁ ସୁପାରିଶ କରିଛି। ଏମିତି ହେଲେ ଆଗକୁ Swiggy, Zomato ଆଦିରୁ ଖାଦ୍ୟ ମଗାଇବା ମହଙ୍ଗା ହୋଇଯିବ।

ଶୁକ୍ରବାର ଜିଏସ୍‌ଟି କାଉନସିଲ୍‌ କମିଟିର ବୈଠକ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଯେଉଁ ବ୍ୟବସ୍ଥା ଅଛି, ଏଥିରୁ ସରକାରଙ୍କୁ ଟ୍ୟାକ୍ସରେ ୨ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଇଛି। ଜିଏସ୍‌ଟି କାଉନସିଲର ଫିଟ୍‌ମେଣ୍ଟ ପ୍ୟାନେଲ ସୁପାରିଶ କରିଛି ଯେ ଫୁଡ୍‌ ଏଗ୍ରୀଗେଟରକୁ ଇ-କମର୍ସ ଅପରେଟର କୁହାଯାଉ।

ଏଥର ଜିଏସ୍‌ଟି କାଉନସିଲ୍‌ କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ବି କୁହାଯାଉଛି କି, ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରକୁ ଅଣାଯିବା ଉପରେ ବିଚାର କରାଯାଇ ପାରେ। ଏହି ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ବ୍ୟତୀତ କୋଭିଡ୍‌-୧୯ ସମ୍ବନ୍ଧିତ ଆବଶ୍ୟକ ଜିନିଷ ଉପରେ ରିହାତି ଦର ନେଇ ସମୀକ୍ଷା ହୋଇପାରେ।

Leave A Reply

Your email address will not be published.