OYO ଗ୍ରାହକ ପାଇଁ ବଡ଼ ଅଫର: ଏବେ ହୋଟେଲରେ ରହିବା ଉପରେ ମିଳିବ ୬୦% ଡିସ୍‌କାଉଣ୍ଟ

ଗ୍ରାହକଙ୍କ ପାଇଁ ଖୁସି ଖବର ନେଇ ଆସିଛି ଓୟୋ। ବର୍ତ୍ତମାନ ସବୁଠୁ ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ ବୁକିଂ ପୋର୍ଟାଲ ଭାବେ ଓୟୋ ଜଣାଶୁଣା। ସାରା ଦେଶରେ ଓୟୋର ହଜାର ହଜାର ହୋଟେଲ ସହ ଟାଏଅପ୍‌ ରହିଛି। ଯେତେବେଳେ ଲୋକମାନେ କିଛି ଟ୍ରିପ୍‌ ପ୍ଲାନିଂ କରିଥାନ୍ତି ପ୍ରଥମେ ସେମାନେ ମୋବାଇଲ ଆପ୍‌ ମାଧ୍ୟମରେ ଓୟୋର ହୋଟେଲରେ ବୁକିଂ କରିଥାନ୍ତି। ଏହି ଓୟୋରେ ମଝିରେ ମଝିରେ ଲୋକଙ୍କୁ ବିଭିନ୍ନ ପ୍ରକାରର ସ୍ପେଶାଲ ଡିସ୍‌କାଉଣ୍ଟର ଲାଭ ମଧ୍ୟ ମିଳିଥାଏ।

ନିକଟରେ କମ୍ପାନୀ କିଛି ଗ୍ରାହକଙ୍କ ପାଇଁ ବଡ଼ ଡିସକାଉଣ୍ଟ ଘୋଷଣା କରିଛି। ଓୟୋ ପକ୍ଷରୁ ବିଶ୍ୱ ଏମ୍‌ଏସ୍‌ଏମ୍‌ଇ ଦିବସ ଅବସରରେ ଗ୍ରାହକଙ୍କୁ ହୋଟେଲ ବୁକିଂ କରିବା ଉପରେ ୬୦ ପ୍ରତିଶତ ଯାଏଁ ସ୍ପେଶାଲ ଡିସ୍‌କାଉଣ୍ଟ ଦେବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ସାରା ବିଶ୍ୱରେ ଛୋଟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ଏମ୍‌ଏସ୍‌ଏମ୍‌ଇ ଦିବସ ପାଳନ କରାଯାଉଛି। ଏ ଅବସରରେ ଓୟୋ ହୋଟେଲରେ ବୁକିଂ କରିବା ଉପରେ ଛୋଟ ବ୍ୟବସାୟୀଙ୍କୁ ଏହି ସ୍ପେଶାଲ ଅଫରର ଲାଭ ମିଳିବ। ତେବେ ଆସନ୍ତୁ ଜାଣିବା ଏହି ଡିସ୍‌କାଉଣ୍ଟରୁ କେମିତି ଉଠାଇବେ ଲାଭ…

ଯେଉଁମାନେ କିଛି ଛୋଟ ବ୍ୟବସାୟ କରୁଛନ୍ତି କିମ୍ବା ଛୋଟ ଗୃହ ଉଦ୍ୟୋଗ କରୁଛନ୍ତି, ସେମାନେ ଏହି ସ୍ପେଶାଲ ଅଫରର ସିଧାସଳଖ ଲାଭ ଉଠାଇପାରିବେ। ଗ୍ରାହକଙ୍କୁ ୬୦ ପ୍ରତିଶତ ଯାଏଁ ଡିସ୍‌କାଉଣ୍ଟ ୨୭ ଜୁନ୍‌ ୨୦୨୨ରୁ ୩ ଜୁଲାଇ ୨୦୨୨ ଯାଏଁ ମିଳିବ। ବର୍ତ୍ତମାନ ସମୟରେ ଯଦି କୌଣସି ଛୋଟ ବ୍ୟବସାୟୀ ଓୟୋରେ ରୁମ୍‌ ବୁକିଂ କରୁଛି ତେବେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ୬୦ ପ୍ରତିଶତ ଯାଏଁ ଡିସ୍‌କାଉଣ୍ଟ ହୋଟେଲ ବୁକିଂ ପାଇଁ ମିଳୁଛି। ପ୍ରକାଶ ଯେ କମ୍ପାନୀ ଏହି ଖାସ୍‌ ସୁବିଧାକୁ ୧୦,୦୦୦ରୁ ଅଧିକ ହୋଟେଲ ଓ ୨,୦୦୦ରୁ ଅଧିକ ସମ୍ପତ୍ତି ପାଇଁ ରଖିଛି।

Also Read: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ଚଳିତବର୍ଷ ୧୧୭ ଟପିଲା ମୃତକଙ୍କ ସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

Leave A Reply

Your email address will not be published.