ପାକିସ୍ତାନର ଦୋମୁହାଁ ନୀତି: ସ୍ୱାର୍ଥ ପାଇଁ ବହୁ ପୁରାତନ ବନ୍ଧୁ ଚୀନ ସହ କଲା ଶତ୍ରୁତା, ଆରମ୍ଭ କଲା ବ୍ଲାକମେଲିଂ

ବର୍ତମାନ ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କିନ୍ତୁ ଏଥିପାଇଁ ଯେ ଏହା ନିଜ ବହୁ ପୁରାତନ ଅର୍ଥନୈତିକ ବନ୍ଧୁ ଚୀନ ସହ ଶତ୍ରୁତା କରିବ, ଏହା ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ସତକଥା ଏହା ଯେ ଏହି ଦୁଇ ଦେଶ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ସାରିଛି ଏବଂ ପାକିସ୍ତାନ ନିଜର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ଚୀନକୁ ବ୍ଲାକମେଲିଙ୍ଗ କରିବା ଆରମ୍ଭ କରିଛି । ତେବେ ଏହି ବ୍ଲାକମେଲିଂର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।

ଫାଇନାନ୍ସିଆଲ ଟାଇମ୍ସର ସୂଚନା ମୁତାବକ ପାକିସ୍ତାନ ଚୀନ ଠାରୁ ନିକଟରେ ୪ ଆରବୀୟ ଡଲାରର ଋଣ ନେଇଛି ଏବଂ ଚାଁହୁଛି ଯେ ଯେପର୍ଯ୍ୟନ୍ତ ଏହାର ଆର୍ଥିକ ସଙ୍କଟ ଶେଷ ନ ହୋଇଛି, ଚୀନ ତାକୁ ଋଣ ଦେବା ଜାରି ରଖୁ । ନଚେତ ଯଦି ରୂଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନକୁ ଆଇଏମଏଫ ପାଖରେ ହାତ ପାଟାଇବାକୁ ପଡେ ତେବେ ଏହାର ସିଧାସଳଖ ପ୍ରଭାବ ଚୀନ ରାଷ୍ଟ୍ରପତିଙ୍କ ମହତ୍ୱାକାଂକ୍ଷୀ ଯୋଜନା ସିପିଇସି ଉପରେ ପଡିବ ଏବଂ ପାକିସ୍ତାନ ସିପିଇସି ନିର୍ମାଣ ପଛରେ ଥିବା ସମସ୍ତ ଗୁପ୍ତ ତଥ୍ୟକୁ ସାର୍ବଜନୀନ କରିବ ।

ବର୍ତମାନ ପାକିସ୍ତାନ ପାଇଁ ସବୁଠୁ ଚିନ୍ତାର କାରଣ ହେଉଛି ଦ୍ରୁତ ଗତିରେ ଶେଷ ହେଉଥିବା ରାଜସ୍ୱଭଣ୍ଡାର ଏବଂ ବଢୁଥିବା ଋଣର ପରିମାଣ । ଫାଇନାନସିଆଲ ଟାଇମସ୍ୱର ରିପୋର୍ଟ ମୁତାବକ ଚଳିତ ବର୍ଷ ପାକିସ୍ତାନ ୭.୭ ଆରବ ଡଲାରର ଋଣ କରିଛି ଯାହାକି ଆସନ୍ତା ବର୍ଷ ପ୍ରାୟ ୧୨.୭ ଡଲାରରେ ପହଞ୍ଚିବ । ସେତେବେଳେ ପାକିସ୍ତାନ ଉପରେ ଆର୍ଥିକ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ତେଣୁ ବର୍ତମାନ ପରିପ୍ରେକ୍ଷୀରେ କିପରି ଦେଶ ଚାଲିବ ସେ ନେଇ ଚିନ୍ତାରେ ପାକିସ୍ତାନ ସରକାର ।

କିନ୍ତୁ ପାକିସ୍ତାନ ଜନସାଧାରଣଙ୍କ ମତରେ ଚୀନ ଉପରେ ନିର୍ଭର ନ କରି ପାକିସ୍ତାନ ବିଶ୍ବବ୍ୟାଙ୍କ ପାଖରେ ୠଣ ପାଇଁ ସହାୟତା ମାଗିବା ଆବଶ୍ୟକ କାରଣ ଚୀନଠାରୁ ଆସୁଥିବା ସାହାଯ୍ୟ ଦେଶ ପାଇଁ ପର୍ଯ୍ୟାପ୍ତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.