ରେଲୱେ କୋଟି କୋଟି ଲୋକଙ୍କୁ ଦେଲା ଖୁସି ଖବର; ଟ୍ରେନ୍‌ରେ ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସବୁ ଜିନିଷ

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ୨୦ରୁ ଯାତ୍ରୀମାନଙ୍କୁ ଟ୍ରେନରେ ସ୍ୱତନ୍ତ୍ର ସୁବିଧା ମିଳିବ। ରେଲୱେ ତରଫରୁ ଏ ବିଷୟରେ ସୂଚନା ଦିଆଯାଇଛି। ଯଦି ଆପଣ ବି ଆଗାମୀ ଦିନ ପାଇଁ ରେଜିଷ୍ଟ୍ରେସନ କରାଇ ନେଇଛନ୍ତି, ତା’ ହେଲେ ଏହି କଥା ନିଶ୍ଚୟ ଜାଣି ରଖନ୍ତୁ। ରେଲୱେ ତରଫରୁ ମିଳିଥିବା ସୂଚନା ମୁତାବକ, ଯେଉଁ କୋଚ୍‌ଗୁଡ଼ିକରେ ଯାତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ବେଡ୍‌ରୋଲର ସୁବିଧା ମିଳି ନ ଥିଲା, ସେହି କୋଚଗୁଡ଼ିକରେ ଯାତ୍ରୀମାନେ ଏହାର ସୁବିଧା ପାଇ ପାରିବେ।

ରେଲୱେ କହିଛି ଯେ ବର୍ତ୍ତମାନଠାରୁ ଏସି କୋଚ୍ ସହ ଥାର୍ଡ ଏସି କୋଚ୍ ଅର୍ଥାତ୍ ଇକୋନୋମି କ୍ଲାସ୍‌ରେ ମଧ୍ୟ ଲୋକମାନଙ୍କୁ ବେଡ୍‌ରୋଲର ସୁବିଧା ମିଳି ପାରିବ। ଏହାର ଅର୍ଥ ହେଲା, ଏବେଠାରୁ ଟ୍ରେନରେ ଯାତ୍ରା କଲେ, ଆପଣଙ୍କୁ ଆଉ ଘରୁ କମ୍ବଳ ନେଇ ଯିବାର ଆବଶ୍ୟକ ପଡ଼ିବ ନାହିଁ। ସୂଚନା ଅନୁସାରେ, ୨୦ ସେପ୍ଟେମ୍ବରରୁ ଥାର୍ଡ ଏସି ଇକୋନୋମି କ୍ଲାସ୍‌ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ ବେଡ୍‌ରୋଲ ଉପଲବ୍ଧ କରାଇ ଦିଆଯିବ।

କହି ରଖୁଛୁ କି, ଆଜି ପର୍ଯ୍ୟନ୍ତ ଥାର୍ଡ ଏସି ଇକୋନୋମି କ୍ଲାସ୍‌ରେ ବେଡ୍‌ରୋଲ ରଖିବାରେ ସମସ୍ୟା ଦେଖା ଦେଉଥିଲା। ଏହି କାରଣରୁ ରେଲୱେ ଏହାର ସମାଧାନ ବାଟ ବାହାର କରି କହିଛି ଯେ ବର୍ତ୍ତମାନଠାରୁ ପ୍ରତ୍ୟେକ ବଗିରେ ବର୍ଥ ସଂଖ୍ୟା ୮୧, ୮୨ ଏବଂ ୮୩ ବେଡ୍‌ରୋଲ ରଖିବା ପାଇଁ ବ୍ୟବହାର କରାଯିବ। ୨୦ ସେପ୍ଟେମ୍ବର ପରଠାରୁ ଯାତ୍ରୀମାନେ ଏହି ବର୍ଥ ସଂଖ୍ୟାରେ ନିଜର ରିଜର୍ଭେସନ କରାଇ ପାରିବେ ନାହିଁ। ଏଥି ସହିତ ରେଲୱେର ସୂଚନା ମୁତାବକ, ଯଦି କୌଣସି ଯାତ୍ରୀ ୨୦ ତାରିଖ ପରେ ଏହି ତିନୋଟି ସିଟରେ ସଂରକ୍ଷଣ କରି ରଖିଥିବେ, ତା’ ହେଲେ ସେହି ଲୋକମାନଙ୍କୁ ଟ୍ରେନରେ ଜରୁରୀକାଳୀନ କୋଟା ଅଧୀନରେ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯିବ। ରେଲୱେ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ୨୦ ସେପ୍ଟେମ୍ବର ପରଠୁ ଯାତ୍ରୀମାନେ ଥାର୍ଡ ଏସି ଇକୋନୋମି କୋଚରେ ବର୍ଥ ସଂଖ୍ୟା ୮୧, ୮୨ ଏବଂ ୮୩ରେ ନିଜ ଟିକେଟ ଆରକ୍ଷଣ କରାଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.