ଇପିଏଫ ଆକାଉଣ୍ଟ ଧାରୀମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଲାଭ ନେଇପାରିବେ, ଜାଣନ୍ତୁ କେମିତି
ଇପିଏଫ ଆକାଉଣ୍ଟ ଧାରକଙ୍କ ପାଇଁ ଆଉ ଏକ ଶୁଭ ଖବର ଆସିଛି । ଯଦି ଆପଣ ପଇସା ଦରକାର କରୁଛନ୍ତି ତେବେ ଇପିଏଫଓ ପକ୍ଷରୁ ଆପଣଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଲାଭ ମିଳିପାରିବ । ଆଉ ଏଥିପାଇଁ ଆପଣଙ୍କୁ କୌଣସି ଜରୁରୀ କାଗଜପତ୍ର ଦାଖଲ କରିବାକୁ ପଡ଼ିବନି । କହିରଖିବା ଉଚିତ ହେବକି ଇପିଏଫଓ ତରଫରୁ ଦରମାଧାରୀ ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଜଣେ ବରିଷ୍ଠ ଇପିଏଫଓ ତରଫରୁ କୁହାଯାଇଛିକି, କୌଣସି ପ୍ରକାର ଜୀବନ ନାଶକାରୀ ରୋଗରେ ପୀଡିତ ଥିଲେ କେବେ କେବେ ଏମିତି ହୁଏଯେ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ଦରକାର ପଡେ । ରୋଗୀଙ୍କର ଜୀବନ ବଞ୍ଚାଇବା ପାଇଁ ଏହା ନିହାତି ଆବଶ୍ୟକ ହୋଇଥାଏ । ଖାଲି ସେତିକି ନୁହେଁ ଅତି ଗୁରୁତର ସ୍ଥିତିରେ ରୋଗୀଙ୍କୁ ଆଡଭାନ୍ସ ଚିକିତ୍ସା ଯୋଗାଇ ଦେବାର ବି ବ୍ୟବସ୍ଥା ରହିଛି ।
କହିରଖିବା ଉଚିତ ହେବକି, କର୍ମଚାରୀ ମାନେ କୌଣସି ସରକାରୀ, ପବ୍ଲିକ ସେକ୍ଟର ୟୁନିଟ କିମ୍ବା ସିଜିଏଚଏସ ପ୍ୟାନେଲ ହସ୍ପିଟାଲରେ ଆଡମିଟ ହେବା ଦରକାର । ଯେବେକି ଯଦି ଆପଣ କୌଣସି ଜରୁରୀ ପରିସ୍ଥିତି କୌଣସି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତେବେ ଏହା ଉପରେ ଅନେକ ତର୍ଜମା କରାଯିବ । ଏହା ପରେ ଆପଣ ମେଡିକାଲ କ୍ଲେମ ନେଇ ଆପ୍ଲିକେସନ ଭରିପାରିବେ । କହିରଖୁଛୁକି, ଆପଣ ଆଡଭାନ୍ସ ଭାବରେ ଏକ ଲକ୍ଷ ଟଙ୍କା ଉଠାଇ ପାରିବେ । ଯଦି ଆପଣ କୌଣସି ୱର୍କିଙ୍ଗ ଡେରେ ଆବେଦନ କରୁଛନ୍ତି ତେବେ ଏହାର ଠିକ ପର ଦିନ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଡିପୋଜିଟ ହୋଇଯିବ । ଅଥବା କର୍ମଚାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବରେ ଟଙ୍କା ଟ୍ରାନ୍ସ୍ଫର ହୋଇଯିବ ।
ମେଡିକାଲରୁ ଡିସ୍ଚାର୍ଜ ହେବାର ୪୫ ଦିନ ଭିତରେ ଆପଣଙ୍କୁ ଡାକ୍ତରଖାନା ସମ୍ବନ୍ଧିତ ଜରୁରୀ କାଗଜପତ୍ର ଦାଖଲ କରିବା ଆବଶ୍ୟକ । ଆପଣଙ୍କ ଫାଇନାଲ ବିଲ ଆଧାରରେ ଆଡଭାନ୍ସ ଟଙ୍କା ଦିଆଯିବ ।