PM Kisanର ଅପାତ୍ର ଲୋକଙ୍କଠୁ ସରକାର ଫେରାଇନେବେ ଟଙ୍କା, ଆସିଲା କଡ଼ା ନିୟମ

ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକଙ୍କ ଖାତାକୁ ୧୨ତମ କିସ୍ତି ଖୁବ ଶୀଘ୍ର ଆସିବ। କିନ୍ତୁ ଏଥିରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ଯୋଜନାରେ ପତି ପତ୍ନୀ ଦୁହିଁଙ୍କୁ ଟଙ୍କା ମିଳିବ ।

ପିଏମ କିସାନ ସମ୍ମାନ ନିଧି ଯୋଜନାରେ ସରକାର କୃଷକ ମାନଙ୍କ ଖାତାକୁ ବାର୍ଷିକ ୬ହଜାର ଟଙ୍କା ମାନେ ତିନି ମାସକୁ ୨ହଜାର ଟଙ୍କା ପଠାଇଥାନ୍ତି। ଏବେ କିନ୍ତୁ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନେକ ସମୟରେ ଏହାର ଆବେଦନ ତଥା ଲୋକଙ୍କୁ ନେଇ ନିୟମରେ ପରିବର୍ତ୍ତନ କରାଯାଇଥାଏ। ଏବେ ପର୍ଯ୍ୟନ୍ତ ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। ତେବେ ଏବେ କିନ୍ତୁ ଯୋଜନା ଅନ୍ତର୍ଗତ ଉଭୟ ପତି ପତ୍ନୀ ଏହାର ଲାଭ ପାଇପାରିବେ।

ପିଏମ କିସାନ ଯୋଜନା ନିୟମ ଅନୁସାରେ ସ୍ୱାମୀ ସ୍ତ୍ରୀ ଦୁହେଁ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଯଦି କେହି ଏମିତି କରୁଛି ତେବେ ତାହା ଫର୍ଜି ବା ଠକାମି ଅନ୍ତର୍ଗତ ଯିବ। ଏମିତିରେ ସରକାର ତାଙ୍କ ଠୁ ରିକଭରି କରିବେ। ଏହାବ୍ୟତିତ ଅନେକ ନିୟମ ଏପରି ରହିଛି ଯାହା କୃଷକଙ୍କୁ ଅପାତ୍ର ବୋଲି ବନାଇପାରିବେ। ଯଦି ଅପାତ୍ର କୃଷକ ଏହି ଯୋଜନାର ଲାଭ ଉଠାନ୍ତି ତେବେ ସେମାନେ ସରକାରଙ୍କୁ ଟଙ୍କା ଫେରାଇବାକୁ ବାଧ୍ୟ। ଏହି ନିୟମ ଅନ୍ତର୍ଗତ ଯଦି କୃଷକ ପରିବାର ରେ କେହି ଟାକ୍ସ ଦେଉଥାନ୍ତି ତେବେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହା ସମସ୍ତଙ୍କ ପାଇଁ ଲାଗୁ ହୋଇଛି।

ନିୟମ ଅନୁସାରେ ଏବେ କେହି କୃଷକ ଯଦି ନିଜ ଜମିକୁ କୃଷି କାର୍ଯ୍ୟରେ ନଲଗାଇ ଅନ୍ୟ କାଯ୍ୟର୍ରେ ଲଗାଉଛନ୍ତି କିମ୍ବା କୃଷକ ଜଣକ ନିଜ ଜମିରେ କାମ ନକରି ଅନ୍ୟ ର ଜମିରେ କାମ କରୁଛି ତେବେ ଏମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଆଉ ସୁବଠୁ ବଡ଼ କଥା ଯଦି ଜମି ତାଙ୍କ ବାପାଙ୍କ କିମ୍ବା ଦାଦାଙ୍କ ନାମରେ ଅଛି ତେବେ ବି ଏହାର ଫାଇଦା ନେଇପାରିବେ ନାହିଁ।

ଅନ୍ୟ ପକ୍ଷରେ ଯଦି କାହାର ଜମି ଅଛି କିନ୍ତୁ ସେ ସରକାରୀ ଚାକିରି କରଇଛନ୍ତି କମ୍ବା ରିଟାୟର ହୋଇଛନ୍ତି , ସାଂସଦ, ବିଧାୟକ, ମନ୍ତ୍ରୀ ଏଭଳି ଲୋକ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଅପାତ୍ର ଲିଷ୍ଟରେ ପ୍ରଫେସନାଲ ରେଜିଷ୍ଟର୍ଡ ଡାକ୍ତର, ଇଞ୍ଜିନିୟର ଓକିଲ, ଚାଟାର୍ଡ ଆକାଉଣ୍ଟାଟ ମଧ୍ୟ ଏଥିରୁ ବଞ୍ଚିତ ରହିବେ। ଇନକମ ଟାକ୍ସ ଦେଉଥିବା ଲୋକ ମଧ୍ୟ ଏଥିରୁ ଫାଇଦା ପାଇପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.