ମାର୍କେଟକୁ ଆସିଲା ପୋର୍ଟେବଲ ମିିନି ସିଲାଇ ମେସିନ, ଗୋଟିଏ ହାତରେ କରିପାରିବେ ସିଲାଇ, ଦାମ ରହିଛି ଖୁବ ଶସ୍ତା

ସିଲାଇ ମେସିନ ଏକ ଏଭଳି ଜିନିଷ ଯାହାକୁ ବ୍ୟବହାର କରି ଆଜିକାଲି ଅନେକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ଘର ବାହାରକୁ ନ ଆସିଲେ ବି ଘରେ ବସି ଏହି କାମକୁ ଅତି  ସହଜରେ କରି ରୋଜଗାର କରିପାରୁଛନ୍ତି।  ତେବେ ବଡ଼ ସିଲାଇ ମେସିନ ଯୁଗ ତ ଗଲାଣି। ଏବେ ସ୍ମାର୍ଟ ଯୁଗରେ ଇଲେକ୍ଟ୍ରୀ ସିଲାଇ ମେସିନ ଆସିଲାଣି। ଏଥିରେ ପାଦରେ ଆଉ ବେଶି କଷ୍ଟ କରିବାକୁ ପଡ଼ୁ ନାହିଁ।

ତେବେ ଯୁଗ ଯେତେ ସ୍ମାର୍ଟ ହେଉଛି ଜିନିଷ ମଧ୍ୟ ସେତିକି ସ୍ମାର୍ଟ ହେଉଛି.. ଏମିତିରେ ଏବେ ମାର୍କେଟରେ  ମିନି ସିଲାଇ ମେସିନ ଉପଲବ୍ଧ ହେଉଛି। ଯାହାକୁ ଆପଣ କେବଳ ଗୋଟିଏ ହାତରେ ଧରି ଚଲାଇପାରିବେ।

ଗୋଟେ ସମୟ ଥିଲା ଯେବେ ଏହି ମେସିନକୁ କିଣିବା ସମସ୍ତଙ୍କ ପାଇଁ ସମ୍ଭବ ନଥିଲା।  ପରେ ଯୁଗ ବଦଳିଲା। ଆତ୍ମନିର୍ଭର ହେବା ପାଇଁ ପ୍ରାୟ ଏହି ମେସିନକୁ କିଣି ରୋଜଗାର ଆରମ୍ଭ କଲେ। ସେତେବେଳେ ଅଧିକ କଷ୍ଟ କରିବାକୁ ପଡ଼ୁଥିଲ। ଉଭୟ ଗୋଡ଼ ହାତ ରେ ସାହାଯ୍ୟରେ ସିଲାଇ କରିବାକୁ ପଡ଼ୁଥିଲା। ପରେ ଇଲେକ୍ଟ୍ରି ସିଲାଇ ମେସିନ ଆସିଲା। ଏଥିରେ  ହାତ କେବଳ ବ୍ୟବହାର ହେଲା। ଆଉ ଏବେ ମିନି  ସିଲାଇ ମେସିନ ଆସିଛି। ଯାହାକୁ ଆପଣ କେବଳ ଗୋଟିଏ ହାତରେ ବ୍ୟବହାର କରିପାରିବେ।

ଷ୍ଟାପଲର ଭଳି ହୋଇଥିବାରୁ  ଏହାକୁ ଗୋଟିଏ ହାତରେ ଧରି ୟୁଜ କରିବା ମଧ୍ୟ ସହଜ। ଏହା କେମିତି ବ୍ୟବହାର ହୁଏ ଏବେ ଜାଣନ୍ତୁ.. ଏହି ସିଲାଇ ମେସିନ ହେଉଛି ପୋର୍ଟେବଲ। ଯାହା କେବଳ ବ୍ୟାଟେରୀରେ ଚାଲିଥାଏ। ଏହାର ସାଇଜ ଠିକ ଷ୍ଟାପଲର ଭଳି। ଏହାକୁ ଆପଣ ଗୋଟିଏ ହାତରେ ଧରି ବ୍ୟବହାର କରିପାରିବେ। ଏହାକୁ ଅନଲାଇନ ଓ ଅଫଲାଇନ ଉଭୟ ମାଧ୍ୟମରେ କିଣିପାରିବେ। ଏହାର ଦାମ ମଧ୍ୟ ବହୁତ କମ। ଆମାଜନ ଇଣ୍ଡିଆରେ ଏହାର ଦାମ ରହିଛି ମାତ୍ର  ୪ ୨୯ ଟଙ୍କା। ବଜାରରେ ଏହାର ମୂଲ୍ୟ ୫୦୦ ରୁ ହଜାର ଟଙ୍କା ଭିତରେ ରହିଛି।

ଏହାର ସାଇଜ ଖୁବ ଛୋଟ। ଏହା ମାତ୍ର ୨୯୯ ଗ୍ରାମର.. ଗୋଟିଏ ହାତରେ ଆପଣ ଏହାକୁ ଚଲାଇପାରିବେ। ଏହାକୁ ରଖିବାରେ ମଧ୍ୟ ସମସ୍ୟା ନାହିଁ। ସାର୍ଟ ବଟନ ହେଉ, ଅବା ଫଟା କପଡ଼ା କିମ୍ବା ଅନ୍ୟ କିଛି ଏହି ମେସିନ ସାହାଯ୍ୟରେ ଖୁବ ସହଜରେ ଆପଣ ଷ୍ଟିଚ କରିପାରିବେ।

Leave A Reply

Your email address will not be published.