ପୋଷ୍ଟ ଅଫିସ୍‌ ବଦଳାଇଲା ଟଙ୍କା ଟ୍ରାଞ୍ଜାକ୍ସନ ସହ ଜଡ଼ିତ ଏହି ନିୟମ, ଏବେ ଜାଣନ୍ତୁ କେତେ ପଇସା ଉଠାଇ ପାରିବେ ଆପଣ?

ପୋଷ୍ଟ ଅଫିସ୍‌ରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି, ତ ଆପଣଙ୍କ ପାଇଁ ଏକ ଭଲ ଖବର। ଏହାରି ଭିତରେ ପୋଷ୍ଟ ଅଫିସ୍‌ କେତେକ ନିୟମରେ ପରିବର୍ତ୍ତନ କରିଛି। ଏହା ସେଭିଂସ୍‌ ଆକାଉଣ୍ଟରେ ପଇସା ଉଠାଣର ଲିମିଟ୍‌ ବଢ଼ାଇ ଦେଇଛି। ଏହାଦ୍ୱାରା ପୋଷ୍ଟ ଅଫିସ୍‌ ସେଭିଂସ୍‌ ସ୍କିମ୍‌ ଅନ୍ୟ ବ୍ୟାଙ୍କ ସହ ମୁକାବିଲା କରି ପାରିବ ଏବଂ ଲମ୍ବା ଅବଧିରେ ପୋଷ୍ଟ ଅଫିସ୍‌ ଡିପୋଜିଟ୍‌ସ ବଢ଼ିବ।

ଗ୍ରାମୀଣ ଡାକ ସେବା ବ୍ରାଞ୍ଚରେ ଏବେ ଖାତାଧାରକ ଗୋଟିଏ ଦିନରେ ୨୦,୦୦୦ ଟଙ୍କା ବାହାର କରି ପାରିବେ। ପୂର୍ବରୁ ଏହି ଲିମିଟ୍‌ ୫,୦୦୦ ଟଙ୍କା ଥିଲା। ଏହାଛଡ଼ା କୌଣସି ବି ବ୍ରାଞ୍ଚ ପୋଷ୍ଟମାଷ୍ଟର ଗୋଟିଏ ଦିନରେ ଗୋଟିଏ ଆକାଉଣ୍ଟରେ ୫୦,୦୦୦ ଟଙ୍କାରୁ ଅଧିକ କ୍ୟାଶ ଜମା ଦେଣନେଣକୁ ସ୍ୱୀକାର କରିବ ନାହିଁ। ଏହାର ଅର୍ଥ ହେଉଛି, ଗୋଟିଏ ଦିନରେ ଗୋଟିଏ ଖାତାରେ ୫୦,୦୦୦ ଟଙ୍କାରୁ ଅଧିକ କ୍ୟାଶ ଦେଣନେଣ କରାଯାଇ ପାରିବ ନାହିଁ।

PPF, KVP, NSC ପାଇଁ ନିୟମ ବଦଳିଲା

ନୂଆ ନିୟମ ମୁତାବକ, ସେଭିଂସ୍‌ ଆକାଉଣ୍ଟ ଛଡ଼ା ଏବେ ସାର୍ବଜନିକ ଭବିଷ୍ୟ ନିଧି( PPF), ବରିଷ୍ଠ ନାଗରିକ ସେଭିଂସ୍‌ ଯୋଜନା(SCSS), ମାସିକ ଆୟ ଯୋଜନା(MIS), କୃଷକ ବିକାଶ ପତ୍ର(KVP), ରାଷ୍ଟ୍ରୀୟ ସେଭିଂସ୍‌ ପ୍ରମାଣପତ୍ର (NSC) ଯୋଜନାଗୁଡ଼ିକରେ ଟଙ୍କା ଜମା ଚେକ୍‌ ଜରିଆରେ କରାଯାଇ ପାରିବ। ସ୍ୱୀକାର କିମ୍ବା ପ୍ରତ୍ୟାହାର ଫର୍ମ ଜରିଆରେ କରାଯିବ। କହି ରଖୁଛୁ, ପୋଷ୍ଟ ଅଫିସ୍‌ ସେଭିଂସ୍‌ ସ୍କୀମ୍‌ ଉପରେ ୪ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ। ଖାତା ଖୋଲିବା ପାଇଁ ନ୍ୟୂନତମ ବାଲାନ୍ସ ୫୦୦ ଟଙ୍କା ରଖିବା ଜରୁରୀ। ଯଦି ଏହାଠାରୁ କମ୍‌ ରାଶି ରହିଲା, ତ ଫିସ୍‌ ରୂପେ ୧୦୦ ଟଙ୍କା କାଟି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.