ପ୍ରିମିୟମ୍‌ ତତ୍କାଳ ଟିକେଟ୍‌କୁ ନେଇ ରେଲୱେ ନେବାକୁ ଯାଉଛି ବଡ଼ ନିଷ୍ପତ୍ତି! ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ମଝିରେ ମଝିରେ ଅନେକ ନିଷ୍ପତ୍ତି ନେଇଥାଏ। ଏହି କ୍ରମରେ ରେଲୱେ ପ୍ରିମିୟମ୍‌ ତତ୍କାଳ ଟିକେଟ୍‌ ବୁକିଂ ସେବାକୁ ସମସ୍ତ ଟ୍ରେନ୍‌ରେ ଆରମ୍ଭ କରିବା ଉପରେ ବିଚାର କରୁଛି। ବାସ୍ତବରେ, ରେଲୱେ ପ୍ରିମିୟମ୍‌ ତତ୍କାଳ ଯୋଜନା ଅଧୀନରେ କିଛି ସିଟ୍‌ ସଂରକ୍ଷିତ ରଖିଥାଏ।

ଏହି ସିଟ୍‌ଗୁଡ଼ିକୁ ବୁକ୍‌ କରିବା ପାଇଁ ଯାତ୍ରୀମାନଙ୍କୁ ଅତିରିକ୍ତ ପଇସା ପେମେଣ୍ଟ କରିବାକୁ ପଡ଼ିଥାଏ। ରିପୋର୍ଟ ମୁତାବକ, ଏବେ ରେଲୱେ ପାଖାପାଖି ୮୦ଟି ଟ୍ରେନ୍‌ରେ ପ୍ରିମିୟମ୍‌ ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଆରମ୍ଭ ହେଲେ ଅଧିକ ପଇସାରେ ଯାତ୍ରୀମାନଙ୍କୁ କନ୍‌ଫର୍ମ ଟିକେଟ୍‌ ମିଳି ପାରିବ।

ଏମିତିରେ ଯଦି ଏହି ସେବା ସମସ୍ତ ଟ୍ରେନ୍‌ରେ ଆରମ୍ଭ ହେବ, ତା’ ହେଲେ ରେଲୱେର ଲକ୍ଷାଧିକ ଯାତ୍ରୀଙ୍କ ଉପରେ ପ୍ରଭାବ ପଡ଼ିପାରେ। ସମସ୍ତ ଟ୍ରେନ୍‌ରେ କୋଟା ଲାଗୁ ଦ୍ୱାରା ରେଲୱେକୁ ଅଧିକ ରାଜସ୍ୱ ପ୍ରାପ୍ତ ହେବାରେ ସାହାଯ୍ୟ ମିଳି ପାରିବ।

ଏହି ନିୟମଗୁଡ଼ିକରେ ହୋଇପାରେ ପରିବର୍ତ୍ତନ

ଭାରତୀୟ ରେଲେଓ୍ଵ ବରିଷ୍ଠ ନାଗରିକଙ୍କ ପାଇଁ ରିହାତି ବ୍ୟବସ୍ଥା ପୁଣିଥରେ ଆଣିପାରେ। ସୂଚନାଥାଉ କି, କରୋନା ମହାମାରୀ କାରଣରୁ ଏହି ରିହାତି ବ୍ୟବସ୍ଥାକୁ ୨୦୨୦ରେ ରୋକି ଦିଆଯାଇଥିଲା। ଯଦିଓ ବରିଷ୍ଠ ନାଗରିକ ସବ୍‌ସିଡି ମାନଦଣ୍ଡରେ ପରିବର୍ତ୍ତନ ସହିତ ପ୍ରତ୍ୟାବର୍ତ୍ତନ କରିପାରେ। କହି ରଖୁଛୁ, ପ୍ରଥମେ ରିହାତି ପାଇଁ ମହିଳାଙ୍କ ଯୋଗ୍ୟତା ୫୮ ବର୍ଷ ଏବଂ ପୁରୁଷଙ୍କ ଯୋଗ୍ୟତା ୬୦ ବର୍ଷ ଥିଲା, ଏବେ ଏହାକୁ ବଢ଼ାଯାଇ ୭୦ ବର୍ଷ କରାଯାଇ ପାରେ।

ଏହି ରିହାତି ବରିଷ୍ଠ ନାଗରିକମାନଙ୍କୁ କେବଳ ସାଧାରଣ ଏବଂ ସ୍ଲିପର ଶ୍ରେଣୀ ଟିକେଟରେ ଦିଆଯିବାର ସମ୍ଭାବନା ରହିଛି। କହି ରଖୁଛୁ, ପ୍ରିମିୟମ୍‌ ତତ୍କାଳ ଟିକେଟରେ ଯାତ୍ରୀମାନଙ୍କୁ ସବୁଠାରୁ ଅଧିକ ପେମେଣ୍ଟ କରିବାକୁ ପଡ଼ିଥାଏ। ଏଠି ପ୍ରିମିୟମ୍‌ ତତ୍କାଳ ଟିକେଟ୍‌ ସବୁବେଳେ ଉପଲବ୍ଧ ନ ଥାଏ। ଟ୍ରେନ୍‌ ଚାଲିବାର କିଛି ଘଣ୍ଟା ପୂର୍ବରୁ ହିଁ ଏହାକୁ ଉପଲବ୍ଧ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.