IRCTCର ନବରାତ୍ରି ଉପହାର! ମାତ୍ର ୯୯ ଟଙ୍କାରେ ରେଳ ଯାତ୍ରୀଙ୍କୁ ମିଳିବ ସ୍ପେଶାଲ ବ୍ରତ ଥାଳି

IRCTC ନିଜ ଯାତ୍ରୀମାନଙ୍କ ସୁବିଧା ଉପରେ ଖାସ୍‌ ଧ୍ୟାନ ଦେଇଥାଏ। ଉତ୍ସବ ସମୟରେ ଟ୍ରେନରେ ଯାତ୍ରୀ ସଂଖ୍ୟା ବଢ଼ି ଯାଇଥାଏ। ତେଣୁ ଏଭଳି ସ୍ଥିତିରେ ସେମାନଙ୍କୁ ଯେପରି କୌଣସି ପ୍ରକାର ସମସ୍ୟା ନ ହେବ, ସେଥିପାଇଁ IRCTC ସବୁବେଳେ ସତର୍କ ରହିଥାଏ। ଇତି ମଧ୍ୟରେ ରେଲେଓ୍ଵ ନବରାତ୍ରି ସମୟରେ ଟ୍ରେନରେ ଯାତ୍ରୀମାନଙ୍କ ଖାଦ୍ୟପେୟର ସୁବିଧା ପାଇଁ ଖାସ୍‌ ବନ୍ଦୋବସ୍ତ କରିଛି। ନବରାତ୍ରି ସମୟରେ ଟ୍ରେନ ଯାତ୍ରୀମାନଙ୍କୁ ଟ୍ରେନରେ ହିଁ ସ୍ପେଶାଲ ବ୍ରତ ଥାଳି ଉପଲବ୍ଧ କରାଯିବ। ଏହାକୁ ନେଇ IRCTC ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ବି ଜାରି କରି ଦେଇଛି।

ରେଲେଓ୍ଵର ଏହି ନିଷ୍ପତ୍ତି ପରେ ଯାତ୍ରୀମାନଙ୍କୁ ଏଣିକି ବ୍ରତ ସମୟରେ ଖାଦ୍ୟର ଚିନ୍ତା ରହିବ ନାହିଁ। କାହିଁକି ନା, IRCTC ଆପଣଙ୍କୁ ସ୍ପେଶାଲ ନବରାତ୍ରି ଥାଳି ଅଫର କରୁଛି। ଏହି ସୁବିଧା ୪୦୦ ଷ୍ଟେସନରେ ଉପଲବ୍ଧ କରାଯାଇଛି। ଏହି ଥାଳିକୁ ମଗାଇବା ପାଇଁ ଯାତ୍ରୀମାନଙ୍କୁ ୧୩୨୩ ନମ୍ବରରେ କଲ୍‌ କରି ବୁକ୍‌ କରିବାକୁ ହେବ। ଏହାର କିଛି ସମୟ ଭିତରେ ହିଁ ଆପଣଙ୍କ ପାଖରେ ଏକ ସଫାସୁତରା ବ୍ରତ ଥାଳି ପହଞ୍ଚାଇ ଦିଆଯିବ। ଏ ପ୍ରକାରର ବ୍ୟବସ୍ଥା ଗତବର୍ଷ ବି ଲାଗୁ ହୋଇଥିଲା।

IRCTC ପିଆର୍‌ଓ କହିଛନ୍ତି କି, ନବରାତ୍ରି ସମୟରେ କିଛି ବ୍ରତଧାରୀଙ୍କୁ ଖାଦ୍ୟପେୟର ଚିନ୍ତା ରହିଥାଏ। ଏହାକୁ ଧ୍ୟାନରେ ରଖି ରେଲେଓ୍ଵ ବ୍ରତ ସ୍ପେଶାଳ ଥାଳି ଉପଲବ୍ଧ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରକାର ବ୍ୟବସ୍ଥାକୁ ଡିମାଣ୍ଡ ଅନୁସାରେ ଆଗକୁ ମଧ୍ୟ ଜାରି କରାଯିବ।

IRCTCର ବ୍ରତ ଥାଳିରେ କ’ଣ କ’ଣ ମିଳିବ

୯୯ ଟଙ୍କା: ଫଳ, କୁଟୁ ପକୋଡ଼ା, ଦହି

୯୯ ଟଙ୍କା: ୨ ପରଟା, ଆଳୁ ତରକାରୀ, ସାଗୁଦାନା ଖିରି

୧୯୯ ଟଙ୍କା: ୪ ପରଟା, ୩ ତରକାରୀ, ସାଗୁଦାନା ଖେଚୁଡ଼ି

୨୫୦ ଟଙ୍କା: ପନିର ପରଟା, ବ୍ରତ ମସଲା, ସିଙ୍ଗଡ଼ା, ଆଳୁ ପରଟା

ଟ୍ରେନ୍‌ରେ ମିଳିବ ବେଡ୍‌ରୋଲ ସୁବିଧା

ଅନ୍ୟପକ୍ଷରେ ଭାରତୀୟ ରେଲେଓ୍ଵ ଯାତ୍ରୀମାନଙ୍କୁ ଏକ ଖୁସି ଖବର ଦେଇଛି। ସେପ୍ଟେମ୍ବର ୨୦ରୁ ଯାତ୍ରୀମାନଙ୍କୁ ଟ୍ରେନରେ ସ୍ୱତନ୍ତ୍ର ସୁବିଧା ମିଳିବ। ସୂଚନା ମୁତାବକ, ଯେଉଁ କୋଚ୍‌ଗୁଡ଼ିକରେ ଯାତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ବେଡ୍‌ରୋଲର ସୁବିଧା ମିଳି ନ ଥିଲା, ସେହି କୋଚଗୁଡ଼ିକରେ ଯାତ୍ରୀମାନେ ଏହାର ସୁବିଧା ପାଇ ପାରିବେ। ରେଲୱେ କହିଛି ଯେ ବର୍ତ୍ତମାନଠାରୁ ଏସି କୋଚ୍ ସହ ଥାର୍ଡ ଏସି କୋଚ୍ ଅର୍ଥାତ୍ ଇକୋନୋମି କ୍ଲାସ୍‌ରେ ମଧ୍ୟ ଲୋକମାନଙ୍କୁ ବେଡ୍‌ରୋଲର ସୁବିଧା ମିଳି ପାରିବ। ଏହାର ଅର୍ଥ ହେଲା, ଏବେ ଠାରୁ ଟ୍ରେନରେ ଯାତ୍ରା କଲେ, ଆପଣଙ୍କୁ ଆଉ ଘରୁ କମ୍ବଳ ନେଇ ଯିବାର ଆବଶ୍ୟକ ପଡ଼ିବ ନାହିଁ।

ଆଜି ପର୍ଯ୍ୟନ୍ତ ଥାର୍ଡ ଏସି ଇକୋନୋମି କ୍ଲାସ୍‌ରେ ବେଡ୍‌ରୋଲ ରଖିବାରେ ସମସ୍ୟା ଦେଖା ଦେଉଥିଲା। ଏହି କାରଣରୁ ରେଲୱେ ଏହାର ସମାଧାନ ବାଟ ବାହାର କରି କହିଛି ଯେ ବର୍ତ୍ତମାନଠାରୁ ପ୍ରତ୍ୟେକ ବଗିରେ ବର୍ଥ ସଂଖ୍ୟା ୮୧, ୮୨ ଏବଂ ୮୩ ବେଡ୍‌ରୋଲ ରଖିବା ପାଇଁ ବ୍ୟବହାର କରାଯିବ। ୨୦ ସେପ୍ଟେମ୍ବର ପରଠାରୁ ଯାତ୍ରୀମାନେ ଏହି ବର୍ଥ ସଂଖ୍ୟାରେ ନିଜର ରିଜର୍ଭେସନ କରାଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.