ନୂଆ ବର୍ଷରେ ଗୁଗଲ-ପେ ୟୁଜର୍ସଙ୍କୁ ଲାଗିବ ଝଟକା, ୟୁଜର୍ସଙ୍କ ଉପରେ ପଡ଼ିବ ସିଧା ପ୍ରଭାବ

ବିମୁଦ୍ରିକରଣ ପରେ ଭାରତରେ ଅନଲାଇନ ପେମେଣ୍ଟର ସେବା ଖୁବ ବୃଦ୍ଧି ପାଇଛି। ଡିଜିଟାଲ ଯୁଗରେ ଲେଣ ଦେଣର ପାରମ୍ପରିକ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସିଛି। ଛୋଟ ଛୋଟ କାମ ପାଇଁ ଆମକୁ ଯେଉଁଠି ବେଶି ସମୟ ଦେବାକୁ ପଡ଼ୁଥିଲା। ଏବେ ସେହି କାମ କେଇ ମିନିଟରେ ହୋଇପାରୁଛି। ତେବେ ଅନେକ ସମୟରେ ଡିଜିଟାଲ ବ୍ୟବସ୍ଥାରେ RBI ମଧ୍ୟ ଅନେକ ନିୟମ ପରିବର୍ତ୍ତନ କରିଥାଏ। ଯାହା ଦ୍ୱାରା ଆମ ପେମେଣ୍ଟ ବ୍ୟବସ୍ଥା ସୁରକ୍ଷିତ ଭାବେ ହୋଇପାରିବ।

ଏବେ ଗୁଗୁଲ ପେକୁ ନେଇ RBI ତରଫରୁ ନିଆଯାଇଛି ଆଉ ଏକ ବଡ଼ ନିଷ୍ପତ୍ତି।  ଆସନ୍ତା ନୂଆବର୍ଷ  ୨୦୨୨ ମସିହା ଜାନୁଆରୀ ୧ ରେ ଗୁଗୁଲ ପେକୁ ନେଇ RBI ଏକ ନୂଆ ନିଷ୍ପତ୍ତି ପ୍ରଣୟନ କରିବାକୁ ଯାଉଛି। ଯାହାର ସିଧା ପ୍ରଭାବ ଗୁଗୁଲ ପେ ୟୁଜର୍ସଙ୍କ ଉପରେ ପଡ଼ିବ। ଗୁଗଲର ଏହି ନିୟମ ଗୁଗଲ ଆଡ, ଗୁଗଲ ପ୍ଲେ ଷ୍ଟୋର, ୟୁ-ଟ୍ୟୁବ ଉପରେ ମଧ୍ୟ ଲାଗୁ ହେବ।

RBIର ନୁଆ ନିୟମ ଅନୁଯାୟୀ,୨୦୨୨ ମସିହା ୧ ଜାନୁଆରୀରୁ ଗୁଗଲ ପେ ନିଜ ଗ୍ରାହକ ମାନଙ୍କ କାର୍ଡ ଡିଟେଲ୍ସର ଡାଟା ସେଭ କରିବନି। ଏହା ପୂର୍ବରୁ ଗୁଗଲ ଆପଣଙ୍କ କାର୍ଡ ସହ ଜଡ଼ିତ ସମସ୍ତ ତଥ୍ୟକୁ ମାନେ ଯେପରି ଏକ୍ସପାରୀ ଡେଟ, କାର୍ଡ ନମ୍ବର ଆଦି ନିଜ ସର୍ଭରରେ ସେଭ କରି ରଖୁଥିଲା। ଏବେର ନୁଆ ନିୟମ ଅନୁଯାୟୀ, ଗୁଗଲ ପେ ୟୁଜର୍ସ ପେମେଣ୍ଟ କରିବା ସମୟରେ ନିଜେ ନିଜ କାର୍ଡ ଡିଟେଳ୍ସକୁ ପୁଣି ଥରେ ଦାୟର କରିବେ। RBIର ନିର୍ଦ୍ଦେଶ ଅନୁସାରେ ଗୁଗଲ ପେର ମାନୁଆଲ ପେମେଣ୍ଟରେ ଏହି ପରିବର୍ତ୍ତନ ଆସିବ ।

ଏହି ନିୟମ ଦ୍ୱାରା ୟୁଜର୍ସଙ୍କ ପର୍ସନାଲ ଡାଟା ଲିକ ହେବାର ସମସ୍ୟା ଦୂର ହୋଇଯିବ। ଖାସ କରି ସାଇବର ଠକାମିର ଶିକାରରୁ ବର୍ତ୍ତିିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି। ଏହି ନିୟମ ଅନୁଯାୟୀ ଯେଉଁମାନେ ମାଷ୍ଟରକାର୍ଡ ବ୍ୟବହାର କରୁଛନ୍ତି ସେମାନେ ଏକ ନୂଆ ଫର୍ମାଟରେ ନିଜ କାର୍ଡ ଡିଟେଲ୍ସକୁ ସେଭ କରିବେ। ଏଥିପାଇଁ ନୂଆ ଅଥରାଇଜଡ କରିବାକୁ ହେବ। ଆପଣଙ୍କୁ ଏଥିପାଇଁ ନିଜ କାର୍ଡ ଡିଟେଲ୍ସ ଭରିବା ସମୟରେ ଏକାଥରକେ ମାନୁଆଲ ଦେୟ ଦେବାକୁ ପଡ଼ିବ। ପୁନର୍ବାର ପେମେଣ୍ଟ କଲେ ପୁଣିଥରେ ଆପଣଙ୍କୁ ନିଜ କାର୍ଡ ଡିଟେଲ୍ସ ଦେବାକୁ ପଡ଼ିବ । ଏହି ନିୟମ ୧ ଜାନୁଆରୀ ୨୦୨୨ ରୁ ଲାଗୁ ହେବ।

Leave A Reply

Your email address will not be published.