ନିଯୁକ୍ତି ସୁଯୋଗ! ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲି ପଡ଼ିଛି ୧୦୩ ପଦ; ଅଗଷ୍ଟ ୩୦ ସୁଦ୍ଧା କରନ୍ତୁ ଆବେଦନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର ଏବଂ ମ୍ୟାନେଜମେଣ୍ଟର କେତେକ ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ PNBର ଅଫିସିଆଲ େଓ୍ଵବ୍‌ସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରି ପାରିବେ। କହି ରଖୁଛୁ, ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୩ ପଦ ପୂରଣ କରାଯିବ। ଆଶାୟୀମାନେ ଧ୍ୟାନ ରଖନ୍ତୁ ଯେ ଆବେଦନ କରିବାର ଶେଷ ତାରିଖ ରହିଛି ଅଗଷ୍ଟ ୩୦।

ପଦର ବିବରଣୀ

ମୋଟ ପଦ: ୧୦୩

ଅଫିସର (ଅଗ୍ନି ସୁରକ୍ଷା): ୨୩ ପଦ

ମ୍ୟାନେଜର (ସୁରକ୍ଷା): ୮୦ ପଦ

ଯୋଗ୍ୟତା ମାନଦଣ୍ଡ: ଏହି ପଦଗୁଡ଼ିକରେ ଆବେଦନ କରିବା ପୂର୍ବରୁ ଆଶାୟୀମାନେ ଯୋଗ୍ୟତା ମାନଦଣ୍ଡ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟରେ ଜାରି ନୋଟିଫିକେସନ ଯାଞ୍ଚ କରି ପାରିବେ।

ବୟସ ସୀମା: ଏହି ପଦରେ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କ ବୟସ ୨୧ରୁ ୩୫ ବର୍ଷ ଭିତରେ ହେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.