ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଚାର୍ଟ ଲିଷ୍ଟ ଆସିବା ପରେ ବି ଆପଣ ପାଇପାରିବେ କ୍ୟାନ୍ସଲ ଟିକେଟର ରିଫଣ୍ଡ

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଟ୍ରେନ ଟିକେଟ କରିଛନ୍ତି ଆଉ ଆପଣଙ୍କ ନାମ ଚାର୍ଟ ଲିଷ୍ଟରେ ବାହାରିସାରିଛି କିନ୍ତୁ ହଠାତ୍‌ ଆପଣଙ୍କ ସିଡ୍ୟୁଲ ବଦଳିଗଲା ଆଉ ଆପଣ ଟିକେଟ୍‌ କ୍ୟାନ୍ସଲ କରି ଟଙ୍କା ରିଫଣ୍ଡ ପାଇବାକୁ ଚାହୁଁଛନ୍ତି, କିନ୍ତୁ ଟଙ୍କା ଫେରସ୍ତ ପାଇବେ ନା ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ତାହେଲେ ଆମେ ଆଜି ଆପଣଙ୍କର ଏହି କନଫ୍ୟୁଜନକୁ ଦୂର କରିବା ପାଇଁ ଏହି ଭିଡିଓ ଆଣିଛୁ।

ଭାରତୀୟ ରେଳ ଏହା ସୂଚନା ଦେଇଛି ଯେ କୌଣସି କାରଣରୁ ଯଦି ଚାର୍ଟ ପ୍ରସ୍ତୁତ ହେବା ପରେ ଟ୍ରେନ ଟିକେଟ କ୍ୟାନ୍ସଲ କରୁଛନ୍ତି ତାହେଲେ ବି ଆପଣ ରିଫଣ୍ଡ ପାଇଁ କ୍ଲେମ୍‌ କରିପାରିବେ। ଆରସିଟିସି ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଜଣାଇଛି ଯେ ଭାରତୀୟ ରେଲୱେ ବିନା ଯାତ୍ରା କରି କିମ୍ବା ଆଂଶିକ ରୂପରେ ଯାତ୍ରା କରାଯାଉଥିବା ଟିକେଟକୁ କ୍ୟାନ୍ସଲ କରିବା ପରେ ରିଫଣ୍ଡ ଦେଇଥାଏ। ଏଥିପାଇଁ ଆପଣଙ୍କୁ ରେଲୱେର ନିୟମ ଅନୁଯାୟୀ ଟିକେଟ ଡିପୋଜିଟ୍‌ ରସିଦକୁ ଜମା କରିବାକୁ ହୋଇଥାଏ।

ଏପରି ଫାଇଲ କରନ୍ତୁ ଅନଲାଇନ୍‌ ଟିଡିଆର

  • ଏଥିପାଇଁ ଆପଣ ସର୍ବପ୍ରଥମେ ଆଇଆରସିଟିସିର ଅଫିସିଆଲ ୱେବସାଇଟ www.irctc.co.in କୁ ଯାଆନ୍ତୁ।
  • ଏବେ ହୋମ୍‌ ପେଜକୁ ଯାଇ My Account ଉପରେ କ୍ଲିକ କରନ୍ତୁ।
  • ଏବେ ଡ୍ରପ ଡ୍ରାଉନ୍‌ ମେନ୍ୟୁକୁ ଯାଇ My transaction ଉପରେ କ୍ଲିକ କରନ୍ତୁ।
  • ଏଠାରେ ଆପଣ File TDR ଅପ୍ସନରେ କୌଣସି ଏକ ବିକଳ୍ପକୁ ଚୟନ କରି ଫାଇଲ ଟିଡିଆର କରନ୍ତୁ।
  • ଏବେ ଆପଣଙ୍କୁ ସେହି ବ୍ୟକ୍ତିଙ୍କର ଡିଟେଲ୍ସ ଦେଖେଇବ, ଯାହା ନାଁରେ ଟିକେଟ ବୁକ୍‌ କରିଛନ୍ତି।
  • ଏବେ ଏଠାରେ ଆପଣ ନିଜର ପିଏନଆର ନମ୍ବର, ଟ୍ରେନ ନମ୍ବର ଏବଂ କାପଚା ଏଣ୍ଟର କରନ୍ତୁ ଏବଂ କ୍ୟାନ୍ସଲ କରିବାର ନିୟମ ବକ୍ସ ଉପରେ ଟିକ୍‌ କରନ୍ତୁ।
  • ଏବେ ଆପଣ ସବମିଟ୍‌ ବଟନ୍‌ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣଙ୍କୁ ବୁକିଙ୍ଗ ସମୟର ଫର୍ମରେ ଦିଆଯାଇଥିବା ନମ୍ବରକୁ ଏକ ଓଟିପି ଆସିବ।
  • ସେଠାରେ ଓଟିପି ଏଣ୍ଟର କରିବା ପରେ ସବମିଟ୍‌ ଉପରେ କ୍ଲିକ କରନ୍ତୁ।
  • ପିଏନଆର ବିବରଣକୁ ସତ୍ୟାପିତ କରନ୍ତୁ ଏବଂ କ୍ୟାନ୍ସଲ ଟିକେଟ ବିକଳ୍ପ ଉପରେ କ୍ଲିକ କରନ୍ତୁ।
  • ଏଠାରେ ଆପଣଙ୍କୁ ଆପଣ ପଇଠ କରିଥିବା ଆମାଉଣ୍ଟ ବା ରିଫଣ୍ଡ ରାଶି ଦେଖେଇବ।
  • ବୁକିଙ୍ଗ ଫର୍ମରେ ଦିଆଯାଇଥିବା ନମ୍ବରକୁ ଏକ କନଫର୍ମେସନ ମେସେଜ୍‌ ମିଳିବ ଯେଉଁଥିରେ ପିଏନଆର ଏବଂ ରିଫଣ୍ଡର ଡିଟେଲ୍ସ ରହିଥିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.