Jio ଆଣିଲା ଜବରଦସ୍ତ ଅଫର୍‌! ୧୫ ଦିନ ପର୍ଯ୍ୟନ୍ତ ଦେଉଛି ମାଗଣା ଇଣ୍ଟରନେଟ୍‌; ଜାଣନ୍ତୁ ସୁବିଧା…

ସ୍ୱାଧାନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ Reliance Jio ୩ ନିଆରା ପଦକ୍ଷେପ ଗ୍ରହଣ କରି ‘ଜିଓ ଇଣ୍ଡିପେଣ୍ଡେନ୍ସ ଡେ’ ଅଫର ଘୋଷଣା କରିଛି। ଏହା ଭାରତୀୟମାନଙ୍କ ପାଇଁ ଜିଓ ଡିଜିଟାଲ ଲାଇଫ୍‌ର ନୂଆ ରୋମାଞ୍ଚକର ଲାଭ ନେଇକି ଆସିଛି।

ନିଆରା ପଦକ୍ଷେପଗୁଡ଼ିକ ମଧ୍ୟରେ ୨୯୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ରହିଛି, ଯେଉଁଥିରେ ୩୦୦୦ ଟଙ୍କାର ଲାଭ ସହିତ ‘ଜିଓ ଫ୍ରିଡମ୍‌ ଅଫର୍‌’ ଆସୁଛି। ସେହିପରି ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ‘୯୦ ଅନ୍‌ଲିମିଟେଡ୍‌ ପ୍ଲାନ୍‌’ ଏବଂ ‘ହର୍‌ ଘର୍‌ ତ୍ରିରଙ୍ଗା, ହର୍‌ ଘର୍‌ ଜିଓଫାଇବର’ ଅଫର୍‌ ସାମିଲ ରହିଛି, ଯାହାକି ୧୫ ଦିନର ମାଗଣା ଇଣ୍ଟରନେଟ୍‌ ସୁବିଧା ସହିତ ଉପଲବ୍ଧ ରହିଛି।

‘ହର୍‌ ଘର୍‌ ତ୍ରିରଙ୍ଗା, ହର୍‌ ଘର୍‌ ଜିଓଫାଇବର’ ଅଫର୍‌

ଯେଉଁ ଗ୍ରାହକମାନେ ନୂଆ ଜିଓଫାଇବର ସଂଯୋଗ କିଣିଛନ୍ତି, ସେମାନଙ୍କ ପାଇଁ ‘ହର୍‌ ଘର୍‌ ତ୍ରିରଙ୍ଗା, ହର୍‌ ଘର୍‌ ଜିଓଫାଇବର’ ଅଫର୍‌ ଉପଲବ୍ଧ ରହିଛି। ଏହି ଗ୍ରାହକମାନଙ୍କୁ ୧୨ରୁ ୧୬ ଅଗଷ୍ଟ ମଧ୍ୟରେ ଜିଓଫାଇବର ପୋଷ୍ଟପେଡ୍‌ ଏଣ୍ଟରଟେନମେଣ୍ଟ ବୋନାଞ୍ଜା ପ୍ଲାନ ନେବାକୁ ହେବ। ଏହି ଅଫର୍‌ କେବଳ ନୂଆ ପ୍ଲାନ କିଣିଥିବା ଗ୍ରାହକଙ୍କ ପାଇଁ ଉପଲବ୍ଧ ଅଛି। ୟୁଜରମାନଙ୍କୁ ଆକ୍ଟିଭେସନ ସମୟରେ ସିଲେକ୍ଟେଡ୍‌ ପ୍ଲାନ ଉପରେ ୧୫ ଦିନର ଅତିରିକ୍ତ ଲାଭ ମିଳିବ।

ଅଫର୍‌ କେମିତି ପ୍ରାପ୍ତ କରିବେ

ଯଦି ଆପଣ ଏହି ଅଫର୍‌ ପ୍ରାପ୍ତ କରିବାକୁ ଯାଉଛନ୍ତି, ତ ଜିଓର ନୂଆ ଗ୍ରାହକ ହେବା ଉଚିତ୍‌ ଏବଂ ଆପଣଙ୍କୁ ପୋଷ୍ଟପେଡ୍‌ ଏଣ୍ଟରଟେନମେଣ୍ଟ ବୋନାଞ୍ଜା ପ୍ଲାନ ନେବାକୁ ପଡ଼ିବ। ଏହି ଅଫର୍‌ କେବଳ ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଏବଂ ୮୯୯ ଟଙ୍କା ପ୍ଲାନ ପାଇଁ ପ୍ରଯୁଜ୍ୟ ରହିଛି।

ଯଦି ଆପଣ ୧୫ ଦିନ ପାଇଁ ମାଗଣା ଲାଭ ନେବାକୁ ଚାହୁଁଛନ୍ତି, ତା’ ହେଲେ ଆପଣଙ୍କୁ ୧୨ରୁ ୧୬ ଅଗଷ୍ଟ ଭିତରେ ଏହି ପ୍ଲାନକୁ ବାଛିବାକୁ ହେବ। ୧୯ ଅଗଷ୍ଟ ସୁଦ୍ଧା ପ୍ଲାନ ଆକ୍ଟିଭେଟ୍‌ ହୋଇଯିବ। କିନ୍ତୁ ଅଫର ସେତେବେଳେ ମିଳିବ, ଯେତେବେଳେ ଆପଣ ୬ ମାସ ପାଇଁ କିମ୍ବା ବର୍ଷେ ପାଇଁ ଅଫର୍‌ ନେଇଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.