ସବୁ ସମସ୍ୟାର ସମାଧାନ ଏସବିଆଇର ଏହି ଆପ୍ !!

ନୂଆଦିଲ୍ଳୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ (ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ) ନିଜର ଗ୍ରାହକଙ୍କ ପାଇଁ ଏକ ଉପହାର ଆଣିଛି। କିଛି ଦିନ ପୂର୍ବେ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଏସବିଆଇ ୟୋନୋ ନାମକ ଏକ ଆପ୍ ଲଞ୍ଚ କରିଥିଲା। ଏହି ଆପ୍ ଜରୀଆରେ ଆପଣ ନିଜର ନିତ୍ୟ ବ୍ୟବହାର୍ୟ୍ୟ କାର୍ୟ୍ୟକୁ ବହୁତ ସହଜରେ ଶେଷ କରିପାରିବେ। ଏହାକୁ ଆପଣ ୬୦ଟି ଜରୁରୀ ସ୍ଥାନରେ ବ୍ୟବହାର କରିପାରିବେ।

ଏହି ନୂତନ ଆପ୍ ଜରୀଆରେ ଆପଣ ଓଲା, ଉବର ଆଦି କ୍ୟାବ୍ ମଧ୍ୟ ବୁକ କରିପାରିବେ। ଏହା ଛଡ଼ା ଜାବଙ୍ଗ, ମ୍ୟାକ୍ସ ଫ୍ୟାସନ୍, ମିନ୍ତ୍ରା ଆଦିରୁ ସପିଂ ମଧ୍ୟ କରିପାରିବେ। ୧୪ଟି ଭିନ୍ନ ଭିନ୍ନ ବିଭାଗରେ କ୍ୟାବ୍ ବୁକିଂ, ମନୋରଞ୍ଜନ, ଖାଇବା ପିଇବା, ଟ୍ରାଭେଲ୍, ମେଡ଼ିକାଲ ଆଦି ସାମିଲ ରହିଛି।

ଏସବିଆଇର ଏହି ୟୋନୋ ଆପରେ ଆକାଉଣ୍ଟ ଖୋଲିବା ପାଇଁ ଏକ ବର୍ଷ ମଧ୍ୟରେ କେୱାଇସି ପାଇଁ ନିଜର ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ। ଗ୍ରାହକଙ୍କୁ ଏଥିପାଇଁ ଆବେଦନ ଏହି ବର୍ଷକ ମଧ୍ୟରେ କରିବାକୁ ହେବ। ଏଣୁ ସମୟ ଥାଇ ଏହାକୁ ଆବେଦନ କରି ଉଠାନ୍ତୁ ଏହାର ଫାଇଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.