ଆପଣଙ୍କ ଗାଡିରେ FASTag ଲାଗିଛି ଯଦି SBI ଆପଣଙ୍କୁ ଦେଉଛି ଖାସ୍‌ ସୁବିଧା, କୋଟି କୋଟି ଗ୍ରାହକଙ୍କୁ ମିଳିବ ଫାଇଦା

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଶର କୋଟି କୋଟି ଲୋକଙ୍କ ପାଇଁ ଖାସ୍‌ ସୁବିଧା ନେଇ ଆସିଛି। ଯଦି ଆପଣ ମଧ୍ୟ ଗାଡି ଚଲାଉଛନ୍ତି ତାହେଲେ ଆପଣଙ୍କ ଗାଡିରେ ତ FASTag ନିହାତି ଲଗାଥିବ। ଯଦି ଆପଣଙ୍କ ଗାଡିରେ ଫାସଟାଗ ଅଛି ତାହେଲେ ଆପଣ ଖୁସି ହୋଇଯାନ୍ତୁ, କାହିଁକିନା ଏ ଖବର ଆପଣଙ୍କ ପାଇଁ। ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ସାରାଦେଶରେ ବର୍ତ୍ତମାନ ଫାସଟାଗ ଜରିଆରେ ଟୋଲ ଟ୍ୟାକ୍ସ ପେମେଣ୍ଟ କରାଯାଉଛି। ଏମିତିରେ ଅନେକ ଲୋକଙ୍କୁ ଟୋଲ ଦେବାରେ କିଛି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଏବେ ଠାରୁ ଆଉ ଆପଣଙ୍କୁ ବାଲାନ୍ସ ସମ୍ବନ୍ଧୀୟ କୌଣସି ବି ସମସ୍ୟାକୁ ସାମ୍ନା କରିବାକୁ ପଡିବନି।

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗ୍ରାହକ ଏବେ ସହଜରେ ହିଁ ଫାସଟାଗର ବାଲାନ୍ସ ଚେକ୍‌ କରିପାରିବେ। ଏସବିଆଇ ଏହା ବିଷୟରେ ଟ୍ଵିଟ କରୀ ସୂଚନା ଦେଇଛି। ତେବେ ଆସନ୍ତୁ ଜାଣିବା କଣ ଏହାର ପ୍ରୋସେସ୍‌। ଷ୍ଟେଟ ବ୍ୟାଙ୍କ ନିଜର ଅଫିସିଆଲ ଟ୍ଵିଟରେ ଲେଖିଛି ଯେ ଡିୟର ଏସବିଆଇ ଫାସଟାଗ କଷ୍ଟମର, ଏବେ ଯଦି ଆପଣଙ୍କୁ ନିଜ ଫାସଟାଗର ବାଲାନ୍ସ ଚେକ କରିବାର ଅଛି ତାହେଲେ ଏଥିପାଇଁ ଆପଣଙ୍କୁ କେବଳ ଏକ ମେସେଜ କରିବାକୁ ହେବ। ଆପଣ ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ୭୨୦୮୮୨୦୦୧୯ ନମ୍ବରରେ ମେସେଜ କରିପାରିବେ ଏବଂ ନିଜର ଫାସଟାଗର ବାଲାନ୍ସ ଚେକ୍‌ କରିପାରିବେ।

ଏକରୁ ଅଧିକ FASTag ଥିଲେ କଣ କରିବେ ଜାଣନ୍ତୁ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣଙ୍କ ପାଖରେ ଫାସଟାଗ ଅଛି ତାହେଲେ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋାବଇଲ ନମ୍ବରରୁ ଲେଖି ୭୨୦୮୮୨୦୦୧୯ ନମ୍ବରକୁ ମେସେଜ୍‌ କରିବାକୁ ହେବ। ଯଦି ଆପଣଙ୍କ ପାଖରେ ଏକ ରୁ ଅଧିକ ଫାସଟାଗ ରହିଛି ତାହେଲେ ଆପଣ FTBAL <ଗାଡି ନମ୍ବର> ଲେଖି ୭୨୦୮୮୨୦୦୧୮ ନମ୍ବରକୁ ମେସେଜ୍‌ କରିବାକୁ ହେବ।

ଆସନ୍ତୁ ଜାଣିବା ଆପଣ କେଉଁ ଭଳି ଭାବେ ବାଲାନ୍ସ ଚେକ୍‌ କରିପାରିବେ :

FASTag ଆପରୁ ଚେକ୍‌ କରନ୍ତୁ ବାଲାନ୍ସ

ଫାସଟାଗର ବାଲାନ୍ସ ଚେକ କରିବା ପାଇଁ ମୋବାଇଲରେ ଫାସଟାଗ ଆପ୍‌ ଡାଉନଲୋଡ କରନ୍ତୁ। ଏହାପରେ ନିଜର ଲଗଇନ୍‌ ଡିଟେଲ ଦିଅନ୍ତୁ। ଏହାପରେ ନିଜର ବାଲାନ୍ସ ଚେକ୍‌ କରନ୍ତୁ।

FASTAAGଲିଙ୍କଡ ଆକାଉଣ୍ଟ ସହ ଚେକ୍‌ କରନ୍ତୁ ବାଲାନ୍ସ

FASTag ଆକାଉଣ୍ଟ କୌଣସି ନା କୌଣସି ଖାତା ଯୋଡି ହେବ। ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍‌ଟ ହୋଇପାରେ କିମ୍ବା ପେଟିଏମ ଭଳି ଓ୍ଵାଳେଟରେ ମଧ୍ୟ ହୋଇପାରେ। ଏମିତିରେ ଆପଣ ସେହି ଆକାଉଣ୍ଟକୁ ଯାଆନ୍ତୁ ଯାହା ସହ ଆପଣଙ୍କ ଫାସଟାଗ ଆକାଉଣ୍ଟ ଲିଙ୍କଡ ରହିଛି। ସେଇଠାରେ ବି ଆପଣଙ୍କୁ ବାଲାନ୍ସର ସୂଚନା ମିଳିଯିବ।

SMS ଜରିଆରେ ଚେକ କରନ୍ତୁ ବାଲାନ୍ସ

ଆପଣ SMS ଜରିଆରେ ବି ଫାସଟାଗ ଆକାଉଣ୍ଟର ଟଙ୍କା ଚେକ କରିପାରିବେ। ଯଦି ଆପଣ ଫାସଟାଗ ସର୍ଭିସର ଅପ୍ସନ ବାଛିଛନ୍ତି ତାହେଲେ ଯେତେବେଳେ ବି ଫାସଟାଗ ଆକାଉଣ୍ଟରେ ଆପଣଙ୍କ ଟଙ୍କା କଟିବ ଆପଣଙ୍କୁ ମୋବାଇଲକୁ ଏକ ମେସେଜ୍‌ ଆସିବ। ଏହି ମେସେଜ୍‌ ଜରିଆରେ ମଧ୍ୟ ଆପଣଙ୍କୁ ନିଜ ଆକାଉଣ୍ଟରେ କେତେ ଟଙ୍କା ଅଛି ସେ ବିଷୟରେ ସୂଚନା ମିଳିଯିବ। ଏହାବ୍ୟତୀତ ରିଚାର୍ଜ, ଟୋଲ ପେମେଣ୍ଟ ଆଦି ସହ ଜଡିତ ବିବରଣୀ ମଧ୍ୟ ହାସଲ କରିପାରିବେ।

କଲ୍‌ କରିଆରେ ଚେକ କରନ୍ତୁ ବାଲାନ୍ସ

ଯଦି ଆପଣଙ୍କ ମୋବାଇଲ ନନମ୍ବର ପ୍ରିପେଡ ଓ୍ଵାଲେଟ ସହିତ ରେଜିଷ୍ଟର୍ଡ ରହିଛି ଏବଂ ଆପଣ ଜଣେ ପ୍ରିପେଡ ଫାସଟାଗ କଷ୍ଟମର, ତାହେେଏ ୮୮୮୪୩୩୩୩୩୧ ନମ୍ବରରେ କଲ୍‌ କରି ମଧ୍ୟ ବାଲାନ୍ସ ଚେକ କରିପାରିବେ। ଏହା ଏକ ଟୋଲ ଫ୍ରି ନମ୍ବର, ଯାହା ୨୪ ଘଣ୍ଟା ଚାଲୁ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.