ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ୩୩୩ ପଦବୀ ପଡିଛି ଖାଲି, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଛନ୍ତି କି ? ଷ୍ଟିଲ ଅଥରିଟି ଆପଣଙ୍କ ପାଇଁ ଆଣିଛି ସୁଯୋଗ। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ବମ୍ପର ନିଯୁକ୍ତି। ସେଲ୍‌ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ରେ ଏଗ୍ଜିକ୍ୟୁଟିଭ ଏବଂ ନନ ଏଗ୍ଜିକ୍ୟୁଟିଭ ପଦବୀ ଖାଲିପଡିଛି।

ସେଲ୍‌ ପକ୍ଷରୁ ଏହିସବୁ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି। ସେଲ୍‌ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ମୋଟ ୩୩୩ଟି ପଦବୀରେ ଭର୍ତ୍ତି କରାଯିବ। ଅଧିକ ଜାଣିବା ପାଇଁ ଏହି ପଦବୀ ପାଇଁ ସେଲର ଅଫିସିଆଲ ୱେବସାଇଟ୍‌ sailcareers.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଅଫିସିଆଲ ନୋଟିଫିକେସନ ପ୍ରର୍ଥୀ ଚେକ୍‌ କରନ୍ତୁ।

ପଦବୀ ବିବରଣୀ : ୩୩୩

ଏଗ୍ଜିକ୍ୟୁଟିଭ: ୮
ନନ ଏଗ୍ଜିକ୍ୟୁଟିଭ : ୩୨୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୨ ରହିଛି।

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ରୁ ସର୍ବାଧିକ ବୟସ ୨୮ ବର୍ଷ ହେବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା : ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ : ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ସାମାନ୍ୟ ବର୍ଗ, ଓବିସି, EWS ବର୍ଗର ପ୍ରାର୍ଥୀ ୭୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜତି, PWD, ESM ପ୍ରାର୍ଥୀ ୨୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି।

ସେହିପରି ଅପରେଟର କମ୍‌ ଟେକ୍ନିସିଆନ୍‌, ମାଇନିଂ ଫୋରମ୍ୟାନ, ସର୍ଭେୟର, ଫାୟର ଅପରେଟର, ଅପରେଟର କମ୍‌ ଟେକ୍ନିସିଆନ(ଟ୍ରେନି) ପଦରେ ଆବେଦନ କରୁଥିବା ସାମାନ୍ୟ, ଓବିସି ଏବଂ EWS ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ PWD ପ୍ରାର୍ଥୀ ୧୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।

ଚୟନ ପ୍ରକ୍ରିୟା :

ଏଗ୍ଜିକ୍ୟୁଟିଭ ଏବଂ ନନ୍‌ ଏଗ୍ଜିକ୍ୟୁଟିଭ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସେଲର ଲିଖିତ ପରୀକ୍ଷା ଦେବାକୁ ପଡିବ। ଏହି ପରୀକ୍ଷା ହିନ୍ଦୀ/ ଇଂଲିଶ ପରୀକ୍ଷା ମାଧ୍ୟମରେ ହେବ।

କମ୍ପ୍ୟୁଟର ଆଧରିତ ଟେଷ୍ଟ ଅର୍ଥାତ୍‌ ସିବିଟିର ୨ଟି ସେକ୍ସନରେ ୧୦୦ଟି ପ୍ରଶ୍ନ ପଚରାଯିବ। ଏହି ପରୀକ୍ଷା ୨ ଘଣ୍ଟା ଯାଏଁ ହେବ।

ଏହି ପରୀକ୍ଷାରେ କ୍ୱାଲିଫାଏ କରିବା ପାଇଁ ସାମାନ୍ୟ ବର୍ଗ ଏବଂ EWS ପ୍ରାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ନମ୍ବର ଏବଂ ଅନ୍ୟମାନଙ୍କ ପଇଁ ୪୦ ପ୍ରତିଶତ ନମ୍ବର ନିର୍ଦ୍ଧାରିତ କରାଯାଇଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://ucanapplym.s3.ap-south-1.amazonaws.com/sail/pdf/ADVT%2001_2022_TECHNICAL2222.pdf

 

Also Read : NITI ଆୟୋଗରେ ଚାକିରି ସୁଯୋଗ, ମାସକୁ ଦରମା ୧,୫୦,୦୦୦ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.