ଟ୍ରାଭେଲ୍ ଇନ୍‌ସୁରାନ୍ସ ନେଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଏହି ୪ଟି କଥା

ବୁଲିବା କାହାକୁ ବା ନାପସନ୍ଦ । କିନ୍ତୁ ଏହି ମଉଜ ମସ୍ତି ମଧ୍ୟରେ ମୁସ୍କିଲ୍ ସେତେବେଳେ ଆସିଥାଏ ଯେତେବେଳେ ଅଜଣା ସ୍ଥାନରେ ହଠାତ୍ କିଛି ଅସୁବିଧାର ସମୁଖୀନ ହୁଅନ୍ତି ।

ବୁଲିବା କାହାକୁ ବା ନାପସନ୍ଦ । କିନ୍ତୁ ଏହି ମଉଜ ମସ୍ତି ମଧ୍ୟରେ ମୁସ୍କିଲ୍ ସେତେବେଳେ ଆସିଥାଏ ଯେତେବେଳେ ଅଜଣା ସ୍ଥାନରେ ହଠାତ୍ କିଛି ଅସୁବିଧାର ସମୁଖୀନ ହୁଅନ୍ତି । ଯେପରିକି ଜିନିଷ ହଜିଯିବା, ଫ୍ଲାଇଟ୍ କିମ୍ବା ଟ୍ରେନ୍ ମିସ୍ ହୋଇଯିବା । ଏହା ବ୍ଯତୀତ ଆହୁରୀ ଅନେକ ଅସୁବିଧା ଅଛି ଯାହା ଆପଣ ସମ୍ନା କରିପାରନ୍ତି । ଉଦାହରଣ ସ୍ବରୂପ ବିଦେଶକୁ ବୁଲିବାକୁ ଯାଇଛନ୍ତି ଆଉ ଆପଣଙ୍କର ଆକ୍ସିଡେଂଟ୍ ହୋଇଯିବ । ତେବେ କଣ କରିବେ ଯଦି ଏଭଳି କିଛି ଅଘଟଣ ହୁଏ ? ଏମିତିରେ ଏଭଳି ଅସୁବିଧାରୁ ବଂଚିବା ଏବଂ ନିଜ ଛୁଟିର ଭରପୁର ମଜା ନେବାର ସବୁଠାରୁ ସହଜ ଉପାୟ ହେଉଛି ଟ୍ରାଭେଲ୍ ଇନ୍‌ସୁରାନ୍ସ । କିନ୍ତୁ ଏହି ଟ୍ରାଭେଲ୍ ଇନ୍‌ସୁରାନ୍ସ ନେବା ପୂର୍ବରୁ କିଛି ଦିଗ ଉପରେ ଧ୍ୟାନ ଦେବା ନିହାତି ଜରୁରୀ ।

କଣ ଏହି ଟ୍ରାଭେଲ୍ ଇନ୍‌ସୁରାନ୍ସ :

ଆପଣଙ୍କ ଯାତ୍ରା ସମୟରେ ସୁରକ୍ଷା ପ୍ରଦାନ କରିଥାଏ ଟ୍ରାଭେଲ୍ ଇନ୍‌ସୁରାନ୍ସ । ଅର୍ଥାତ୍ ଯାତ୍ରା ସମୟରେ ମେଡିକାଲ୍ ଖର୍ଚ୍ଚ, ଜିନିଷ ହଜିଯିବା କିମ୍ବା ଟ୍ରିପ୍ ରଦ୍ଦ ହୋଇଯିବାର କ୍ଷତି ଏବଂ ଅନ୍ଯ ସମସ୍ଯାରେ ଖୁବ୍ ଲାଭଦାୟକ ହୋଇଥାଏ ଏହି ଟ୍ରାଭେଲ୍ ଇନ୍‌ସୁରାନ୍ସ । ଯାତ୍ରା ସମୟରେ ଆସୁଥିବା ଅସୁବିଧାରୁ ବଂଚାଇବା ଏବଂ କ୍ଷତିପୂରଣ ଦେବା ଏହି ଇନ୍‌ସୁରାନ୍ସ ର ବିଶେଷତ୍ବ ।

ଫ୍ଯାମିଲି ଟ୍ରାଭେଲ୍ ଇନ୍‌ସୁରାନ୍ସ :

ପରିବାର ହେଉ ବା ଦମ୍ପତ୍ତି , ଟ୍ରାଭେଲ୍ ଇନ୍‌ସୁରାନ୍ସ ନେବା ଅତି ସହଜ ଏବଂ ଶସ୍ତା । ସେହିପରି ଯଦି ନିଜ ପାଇଁ ଏକା ଟ୍ରାଭେଲ୍ ଇନ୍‌ସୁରାନ୍ସ ନେଉଛନ୍ତି ତେବେ ଏହା ଅଳ୍ପ ମହଙ୍ଗା ପଡିପାରେ ।

ଦୁର୍ଘଟଣା କିମ୍ବା ବେମାର ହେଲେ ଇନ୍‌ସୁରାନ୍ସ :

Travel

ଧୀରେ ଧୀରେ ମେଡିକାଲ୍ ଇନ୍‌ସୁରାନ୍ସ ମହଙ୍ଗା ହେବାରେ ଲାଗିଛି । ଖାସ୍ କରି ୟୁଏସ୍ ଏବଂ ୟୁରୋପରେ ସବୁଠାରୁ ଅଧିକ । ଏମିତିରେ ଯଦି ଆପଣ କୁଆଡେ ବୁଲିବାକୁ ଯାଉଛନ୍ତି ତେବେ ଟ୍ରାଭେଲ୍ ଇନ୍‌ସୁରାନ୍ସ କରିନେବା ନିହାତି ଜରୁରୀ । ମେଡିକାଲ୍ କଭର୍ କୌଣସି ଟ୍ରାଭେଲ୍ ଇନ୍‌ସୁରାନ୍ସର ମହତ୍ବପୂର୍ଣ୍ଣ ଅଂଶ । ଏହା ଯାତ୍ରା ସମୟରେ କୌଣସି ବି ପ୍ରକାର ମେଡିକାଲ୍ ଏମରଜେନ୍ସିରେ ଆପଣ ଏବଂ ଆପଣଙ୍କ ପରିବାର ଟଙ୍କାର ଆବଶ୍ଯକତା ପୂରା କରିଥାଏ ।

ଜିନିଷ ହଜିଲେ :

କେବଳ ବୁଲିବା ସମୟରେ ଜିନିଷ ହଜିଗଲେ କିମ୍ବା ଚୋରୀ ହୋଇଗଲେ ଟଙ୍କା ମିଳିନଥାଏ ବରଂ ଏୟାରପୋର୍ଟରେ ଯାଂଚ ପରେ ବିଳମ୍ବରେ ଜିନିଷ ମିଳିଲେ ବା ହଜିଗଲେ ଇନ୍‌ସୁରାନ୍ସ କମ୍ପାନୀରୁ କ୍ଲେମ୍ କରିପାରିବେ ।

ଅନ୍ଯ ଜରୁରୀ ଜିନିଷ ଏବଂ ପେପର୍ସ :

କିଛି ବୀମା କମ୍ପାନୀ କେବଳ ଜିନିଷ ନୁହେଁ ଜରୁରୀ କାଗଜପତ୍ର ହଜିଗଲେ ମଧ୍ୟ ସାହାଯ୍ଯ କରିଥାଏ ଏବଂ ଆପଣଙ୍କୁ କ୍ଲେମ୍ ଦେଇଥାଏ । ଏହା ସହ ପର୍ସ, ଅଳଙ୍କାର, ମୋବାଇଲ୍, ଲାପଟପ୍ ଏବଂ କ୍ଯାମେରା ଏବଂ ଅନ୍ଯ ଜରୁରୀ ସାମଗ୍ରୀ ହଜିଗଲେ ବୀମା କମ୍ପାନୀଠୁ କ୍ଲେମ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.