ଏବେ ଲୋନ୍‌ ନେବା ହେଲା ମହଙ୍ଗା, ଜାଣନ୍ତୁ କେଉଁ ବ୍ୟାଙ୍କ୍‌ କେତେ ସୁଧରେ ଦେଉଛନ୍ତି ଲୋନ୍‌

ନୂଆଦିଲ୍ଳୀ : ଲୋନ୍‌ ଦେଉଥିବା ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ନିଜର ବେଞ୍ଚ୍‌ ମାର୍କ ପ୍ରାଇମ୍‌ ଲେଣ୍ଡିଂ ରେଟ୍‌ରେ ୭୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି । ଏସବିଆଇ େଓ୍ଵବସାଇଟରେ ପୋଷ୍ଟ କରାଯାଇଥିବା ସୂଚନାନୁସାରେ ଏବେ ସଂଶୋଧିତ ରେଟ୍‌ ୧୩.୪୫ % ରହିଛି । ଏହି ନୂଆ ରେଟ୍‌ ୧୫ ସେପ୍ଟେମ୍ବରରୁ ଲାଗୁ ହେବ ।

ଏବେ ବିପିଏଲ ରେଟ୍‌ କଥା କହିବାକୁ ଗଲେ ଏହା ପୂର୍ବ ଅପେକ୍ଷା ମଧ୍ୟ ମହଙ୍ଗା ହେବ । ଏବେ ବିପିଏଲ ରେଟ ରହିଛି୧୨.୭୫ % । ଗତ ବର୍ଷ ଜୁନରେ ଏହାକୁ ସଂଶୋଧନ କରାଯାଇଥିଲା । ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କ୍‌ ମଧ୍ୟ ସଂଶୋଧନ କରିପାରନ୍ତି । ଯଦି ଆପଣ ଲୋନ୍‌ ନେବାକୁ ଚିନ୍ତା କରୁଛନ୍ତି ତ ଏଠାରେ କିଛି ବ୍ୟାଙ୍କର ସୁଧ ହାର ଦିଆଯାଇଛି । କେଉଁ ବ୍ୟାଙ୍କ୍‌ କେଉଁ ହାରରେ ଲୋନ୍‌ ଦେଉଛି ।

କେଉଁ ବ୍ୟାଙ୍କ୍‌ କେତେ ସୁଧରେ ଦେଉଛନ୍ତି ଲୋନ୍‌ :

• କୋଟାକା ମହେନ୍ଦ୍ରା ବ୍ୟାଙ୍କ୍‌ ଲୋନ୍‌ ରେଟ୍‌ ୭.୫୦ ପ୍ରତିଶତରୁ ଆରମ୍ଭ ।

• ୟୁନିୟନ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଲୋନ୍‌ ରେଟ୍‌ ୭.୫୦ ପ୍ରତିଶତରୁ ଆରମ୍ଭ ।

• ବ୍ୟାଙ୍କ ଅଫ ବରୋଦା ଲୋନ୍‌ ରେଟ୍‌ ୭.୪୫ ପ୍ରତିଶତରୁ ଆରମ୍ଭ ।

• ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଲୋନ୍‌ ରେଟ୍‌ .୨୦ ପ୍ରତିଶତରୁ ଆରମ୍ଭ ।

• ବ୍ୟାଙ୍କ ଅଫ ଇଣ୍ଡିଆ ଲୋନ୍‌ ରେଟ୍‌ ୭.୩୦ ପ୍ରତିଶତରୁ ଆରମ୍ଭ ।

• ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଲୋନ୍‌ ରେଟ୍‌ ୮.୦୫ ପ୍ରତିଶତରୁ ଆରମ୍ଭ ।

• ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲୋନ୍‌ ରେଟ୍‌ ୮.୧୦ ପ୍ରତିଶତରୁ ଆରମ୍ଭ ।

• ପଞ୍ଜାବ ନେସନାଲ୍‌ ବ୍ୟାଙ୍କ ଲୋନ୍‌ ରେଟ୍‌ ୭.୪୦ ପ୍ରତିଶତରୁ ଆରମ୍ଭ ।

Leave A Reply

Your email address will not be published.