Tata Motors ପକ୍ଷରୁ ମିଳିଲା ସୂଚନା, ଜାଣନ୍ତୁ Nexon ଡିଜେଲ ମଡେଲର ବ୍ୟବହାର ଉପରେ କ’ଣ ରହିଛି ଜରୁରୀ ସୂଚନା

Tata Motors ର ଅନଲାଇନ କାର ବୁକିଂ ୱେବସାଇଟରେ କିଛିଦିନ ପୂର୍ବରୁ ଏହାର କମ୍ପାକ୍ଟ ଏସୟୁଭି Nexonର ଡିଜଲ ଭାରିଏଣ୍ଟ ପୋଷ୍ଟ ବନ୍ଦ ହୋଇଛି । ଏହାପରେ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ବନ୍ଦ ହେବାର ଖବର ଚର୍ଚ୍ଚାକୁ ଆସିଥିଲା ।

ମିଡିଆରେ ୧, ୨ଦିନ ହେବ Tata Nexon ର ଡିଜଲ ମଡେଲର XE, XMA, XZ  ଓ XZA+  ଭାରିଏଣ୍ଟ ବନ୍ଦ ହେବାର ଖବର ସାମ୍ନାକୁ ଆସିଥିଲା । ସମ୍ଭବତଃ କମ୍ପାନୀ ଏହାର ପ୍ରଡକ୍ଟସ ବନ୍ଦ କରିଥିବାର ଅନୁମାନ କରାଯାଉଥିଲା । ଏବେ କମ୍ପାନୀ ପକ୍ଷରୁ ବୁଧବାର ଦିନ ଏହି ଖବର ଉପରେ ରୋକ ଲଗାଯାଇଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବଜାରରେ ଲୋକପ୍ରିୟ କମ୍ପାକ୍ଟ ଏସୟୁଭିି Nexonର ମୋଟ ୨୦ ଭାରିଏଣ୍ଟ ମହଜୁଦ ଅଛି । ଏଥିରେ ପେଟ୍ରୋଲର ୧୨ ଏବଂ ଡିଜେଲର ୮ ଭାରିଏଣ୍ଟ ରହିଛି । ଏହା ମାନୁଆଲ ଟ୍ରାନ୍ସମିଶନ ଓ ଅଟୋମେଟିକ ଟ୍ରାନ୍ସମିଶନର ବିକଳ୍ପ ସହ ସାମ୍ନାକୁ ଆସୁଛି ।

ଖବର ମୁତାବକ,Tata Nexon ର ମୁକାବିଲା ବଜାରରେ Kia Sonet, Nissan Magnite, Mahindra XUV300, Hyundai Venue, Maruti Vitara-Brezza ଓ Renault Kiger  ଭଳି ନୂଆ ବ୍ରାଣ୍ଡସ୍ ସହ ରହିଛି ।

Leave A Reply

Your email address will not be published.