୫୦୦ ଟଙ୍କାରୁ କମ୍‌ ମୂଲ୍ୟରେ ପାଆନ୍ତୁ ଟାଟା ସ୍କାଏର ୫ଟି ସବୁଠୁ ଭଲ ପ୍ଲାନ୍‌, ମିଳିବ ଉଭୟ ଏଚ୍‌ଡି ଓ ଏସ୍‌ଡି ଚ୍ୟାନେଲ୍‌

କୈାଣସି ବି ଡିଟିଏଚ୍‌ ରିଚାର୍ଜ କରିବା ଆଜିକାଲି ଏକ ବଡ଼ କାମ । କାରଣ ଡିଟିଏଚ୍‌ ରିଚାର୍ଜ କରିବା ମୋବାଇଲ୍‌ ରିଚାର୍ଜ କରିବା ଠାରୁ ଅଧିକ କଠିନ କାମ । କାରଣ ଅଧିକାଂଶ ଲୋକଙ୍କୁ ଏହାର ପ୍ଲାନ୍‌ ସମ୍ପର୍କରେ ବୁଝିବାକୁ ବଡ଼ ଅଡୁଆ ହୋଇଥାଏ । ଭାରତର ପ୍ରମୁଖ ଡିଟିଏଚ୍‌ କମ୍ପାନୀ ମଧ୍ୟରେ ଟାଟା ସ୍କାଏର ନାମ ପ୍ରଥମରେ ଆସୁଛି । ଯଦି ଆପଣ ଟାଟା ସ୍କାଏର ଗ୍ରାହକ ଓ ଆପଣଙ୍କୁ ପ୍ଲାନ୍‌ ବାଛିବାରେ ଅସୁବିଧା ହେଉଛି ତେବେ ଏହି ଖବର ପଢ଼ନ୍ତୁ ଯାହା ଆପଣଙ୍କୁ ପ୍ଲାନ ବାଛିବାରେ ସହଜ ହେବ ।

 

tata-1

ଏବେ ଆମେ ଆପଣଙ୍କୁ ଟାଟା ସ୍କାଏର ଏମିତି ୫ଟି ପ୍ଲାନ୍‌ ବିଷୟରେ କହିବୁ ଯାହାର ମୂଲ୍ୟ ୫୦୦ ଟଙ୍କାରୁ କମ୍‌ । ତେବେ ଏହା ଆପଣଙ୍କ ପାଇଁ ହେବ ବେଷ୍ଟ ପ୍ଲାନ୍‌ । ପ୍ରଥମରେ ଜାଣନ୍ତୁ ମରାଠି ହିନ୍ଦୀ ଫ୍ୟାମିଲ୍‌ କିଡ୍ସ ସ୍ପୋର୍ଟସ୍‌ ଏଚ୍‌ଡି ପ୍ୟାକ୍‌ । ଏହାର ମୂଲ୍ୟ ରହିଛି ୪୭୮.୩୦ ଟଙ୍କା । ଏଥିରେ ଗ୍ରାହାକଙ୍କୁ ୪୧ଟି ଏଚ୍‌ଡି ଓ ୫୦ ଏସ୍‌ଡି ଚ୍ୟାନେଲ୍‌ ମିଳିବ ।

tata-0

ଏଥିରେ ମରାଠି ଓ ହିନ୍ଦୀ ଛଡା କିଡ୍ସି, ନ୍ୟୁଜ୍‌ ଓ ମ୍ୟୁଜିକ୍‌ ଚ୍ୟାନେଲ୍‌ ପାଇ ପାରିବେ । ଏହାଛଡା ୪୪୧.୯୬ ଟଙ୍କାରେ ତେଲ୍‌ଗୁ ଫ୍ୟାମିଲ୍‌ କିଡ୍ସ ଯେଉଁଥିରେ ୩୧ ଏଚ୍‌ଡି ଓ ୫୦ ଏସ୍‌ଡି ଚ୍ୟାନେଲ୍‌ ମିଳିବ । ଏଥିରେ ସ୍ପୋର୍ଟସ୍‌, ମନୋରଞ୍ଜନ,ମୁଭି, କିଡ୍‌ସୀ ଓ ଲାଇଫଷ୍ଟାଇଲ୍‌ ଭଳି ଚ୍ୟାନେଲ୍‌ ମିଳିବ । ୪୦୯.୫୧ ଟଙ୍କାରେ କନ୍ନଡ ଫ୍ୟାମିଲ୍‌ କିଡ୍ସ ସ୍ପୋର୍ଟସ୍‌ ଏଚ୍‌ଡି ଚ୍ୟାନେଲ୍‌ । ଯେଉଁଥିରେ ୨୮ ଏଚ୍‌ଡି ଓ ୪୫ ଏସ୍‌ଡି ଚ୍ୟାନେଲ୍‌ ମିଳିବ ।

ଚତୁର୍ଥରେ ଅଛି ୩୪୩.୪୯ ଟଙ୍କାରେ ତେଲ୍‌ଗୁ ମାଲାୟାଲମ୍‌ ବେସିକ ଏଚ୍‌ଡି ଚ୍ୟାନେଲ୍‌ । ଏଥିରେ ୧୯ ଏଚ୍‌ଡି ଓ ୪୩ ଏସ୍‌ଡି ଚ୍ୟାନେଲ୍‌ ରହିଛି । ଏଥିରେ ଅଧିକ ତେଲ୍‌ଗୁ ଓ ମାଲାୟଲମ୍‌ ଚ୍ୟାନେଲ୍‌ ରହିଛି । ଟାଟା ସ୍କାଏର ୫ମ ପ୍ଲାନ୍‌ ୨୦୮.୯୮ ଟଙ୍କାରେ ରହିଛି । ଯେଉଁଥିରେ ୧୧ ଏଚ୍‌ଡି ଓ ୧୫ ଏସ୍‌ଡି ଚ୍ୟାନେଲ୍‌ ରହିଛି । ଏଥିରେ ଆପଣଙ୍କୁ ତେଲ୍‌ଗୁ ସହ ହିନ୍ଦୀ ଚ୍ୟାନେଲ୍ସ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.