ITR ଫାଇଲ୍ କରିବାର ଶେଷ ତାରିଖ ପାଖେଇ ଆସିଲାଣି, ଜାଣି ନିଅନ୍ତୁ ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୋଇନି ତ?

ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି। ଯଦି ଆପଣ ଏ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରି ନାହାନ୍ତି, ତା’ହେଲେ ଜୁଲାଇ ୩୧ ତାରିଖ ପୂର୍ବରୁ କରେଇ ନିଅନ୍ତୁ। ସମୟ ସୀମା ପରେ ଆଇଟିଆର୍ ଫାଇଲ୍ କଲେ ଜରିମାନା ଲାଗିବ। କରଦାତାଙ୍କୁ ଭାରମୁକ୍ତ କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ପ୍ୟାନ୍ କାର୍ଡ ବଦଳରେ ଆଧାର କାର୍ଡ ଦ୍ବାରା ରିଟର୍ଣ୍ଣ ଫାଇଲ୍ ଭରିବାର ସୁବିଧା ଦେଇଛନ୍ତି।

CARD CARD

କିନ୍ତୁ ଯେଉଁମାନେ ଆଇଟିଆର୍ ଫାଇଲ୍ କରିବା ପାଇଁ ପ୍ୟାନ୍ କାର୍ଡ ହିଁ ପ୍ରୟୋଗ କରିବେ, ସେମାନଙ୍କ ଲାଗି ଜାଣିବା ଜରୁରୀ ଯେ ତାଙ୍କ ପ୍ୟାନ କାର୍ଡ ରଦ୍ଦ ହୋଇଯାଇନି ତ? ପ୍ୟାନ୍ କାର୍ଡ ଏକ ବିଶେଷ ପରିଚୟ ପତ୍ର, ଯାହାକୁ ସ୍ଥାୟୀ ଖାତା ସଂଖ୍ୟା ବା ପରମାନେଣ୍ଟ ଆକାଉଣ୍ଟ ନମ୍ବର ବୋଲି କୁହାଯାଏ। ଏମିତିରେ ଯଦି ଆପଣ ନିଜ ପ୍ୟାନ୍ କାର୍ଡର ସ୍ଥିତି ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏହି ୪ ସ୍ତରରେ ଯାଞ୍ଚ କରିପାରିବେ।

INCOME TAX

ସର୍ବପ୍ରଥମେ ଆପଣଙ୍କୁ incometaxindiaefiling.gov.in ୱେବସାଇଟକୁ ଯିବାକୁ ପଡ଼ିବ, ଯାହାକି ଆୟକର ବିଭାଗର ହିଁ ୱେବସାଇଟ୍। ଏଠାରେ ଆପଣଙ୍କୁ ଅନେକ ବିକଳ୍ପ ମିଳିଯିବ। ପ୍ୟାନ୍ କାର୍ଡ ରଦ୍ଦ ହୋଇଛି କି ନାହିଁ, ତାହା ଆପଣଙ୍କୁ ସାଇଟର ବାମ ପାର୍ଶ୍ବରେ ଥିବା ବିକଳ୍ପରୁ ଜଣାପଡ଼ିବ।

ଏହାସହ ପଢ଼ନ୍ତୁ: ସାବଧାନ ! ଯଦି RBIର ଏହି କଥା ମାନୁ ନାହାନ୍ତି, ତା’ହେଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା

FORM FILE

ଏଠାରେ Verify Your PAN Details ର ଏକ ବିକଳ୍ପ ଆସିବ, ଯେଉଁଥିରେ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ଏକ ୱିଣ୍ଡୋ ଖୋଲିବ। ଏଠାରେ ଆପଣଙ୍କୁ ପ୍ୟାନ୍ ନମ୍ବର, ନାମ, ଜନ୍ମ ତିଥି ଏବଂ ମୋବାଇଲ ନମ୍ବର ଭଳି ଜରୁରୀ ତଥ୍ୟ ଭରିବାକୁ ପଡ଼ିବ। ଧ୍ୟାନ ଦେବା ଜରୁରୀ କି ଏହି ଫର୍ମରେ ଆପଣଙ୍କୁ କେବଳ ପ୍ୟାନ କାର୍ଡ ଉପରେ ପଚରାଯାଇଥିବା ସୂଚନା ହିଁ ଦେବାକୁ ପଡ଼ିବ।

TAX TAX

ଫର୍ମ ଭରିବା ପରେ captcha code ଦେବାକୁ ହେବ ଏବଂ ପୁଣି ଦାଖଲ କରିବାକୁ ପଡ଼ିବ। ଏବେ ଆପଣଙ୍କ ମୋବାଇଲ୍ ଫୋନକୁ ଏକ ଓଟିପି ଆସିବ, ଯାହାକୁ ସାମ୍ନାରେ ଖୋଲାଥିବା ୱିଣ୍ଡୋରେ ପକାଇବେ ଏବଂ ଦାଖଲ କରିବେ। ଏବେ ଆଉ ଏକ ୱିଣ୍ଡୋ ଖୋଲିବ। ସେଥିରୁ ଜଣାପଡ଼ିବ କି ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୋଇଛି ନା ଆକ୍ଟିଭ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.