ଏହି ଦୀପାବଳିରେ ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ଆମାଜନ୍‌, ଗ୍ରାହକ ବି ପାଇବେ ସୁବିଧା

ଚଳିତବର୍ଷ ଦୀପାବଳିରେ ଆମାଜନ୍‌ ଫୁଡ୍‌ ଡେଲିଭରି ବିଜ୍‌ନେସ୍‌ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି। ଆମାଜନ୍‌ର ବେପାର ଆରମ୍ଭ ହେଲା ପରେ ଏହା ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ କମ୍ପାନୀ ୩୫୦୦ କୋଟି ଟଙ୍କାର ଫଣ୍ଡ ଏକାଠି କରିଥିବା ଜଣାଯାଇଛି। ରିପୋର୍ଟ ଅନୁସାରେ, ଅନ୍ୟ ଘରୋଇ କମ୍ପାନୀମାନଙ୍କୁ କଡ଼ା ଟକ୍କର ଦେବା ପାଇଁ ଆମାଜନ୍‌ କମିଶନକୁ ଅସ୍ତ୍ର କରିବ। ଅର୍ଥାତ୍‌ ଗ୍ରାହକଙ୍କୁ ଅର୍ଡର ଡେଲିଭରି କରିବା ପାଇଁ ଆମାଜନ୍‌ ରେସ୍ତୋରାଁଠାରୁ ଯେଉଁ ଚାର୍ଜ ନେବ ତାହାକୁ ସେ କମିଶନ ଭାବେ ବ୍ୟବହାର କରିବ।

ଆମାଜନ୍‌ ଏକ ଆମେରିକା ବେସ୍‌ଡ କମ୍ପାନୀ। ଏହାର ମୁଖ୍ୟ କାର୍ଯ୍ୟାଳୟ ସିଏଟଲଠାରେ ଅବସ୍ଥିତ। ୨୦୧୩ ମସିହାରେ ଆମାଜନ୍‌ ଭାରତରେ ବେପାର ଆରମ୍ଭ କରିଥିଲା। ଭାରତରେ ବଜାର ପ୍ରବେଶ ବେଳେ ଫ୍ଲିପ୍‌କାର୍ଟ ସବୁଠାରୁ ସଫଳ ଇ-କମର୍ସ କମ୍ପାନୀ ଥିଲା। ଏଥିସହ ସ୍ନାପଡିଲ୍‌ ଓ ପେଟିମ୍‌ ସହ ମଧ୍ୟ ଆମାଜନ୍‌ର ପ୍ରତିଦ୍ୱନ୍ଦ୍ୱିତା ରହିଥିଲା। କିନ୍ତୁ ମାତ୍ର ୬ ବର୍ଷ ମଧ୍ୟରେ ଆମାଜନ୍‌ ଭାରତୀୟ ବଜାରରେ ନିଜ ପରିଚୟ ସୃଷ୍ଟି କରିପାରିଛି।

ଏହାସହ ପଢ଼ନ୍ତୁ: ଦୀପାବଳିରେ ଗ୍ରାହକଙ୍କ ପାଇଁ ଜିଓ ଆଣିଛି ଏହି ଆକର୍ଷଣୀୟ ଅଫର, ତୁରନ୍ତ ଉଠାନ୍ତୁ ଲାଭ 

ବର୍ତ୍ତମାନ ଡେଲିଭରି କମ୍ପାନୀ ରେସ୍ତୋରାଁଠାରୁ ଯେତିକି କମିଶନ ଚାର୍ଜ କରୁଛି ଆମାଜନ ତାହାର ମାତ୍ର ଏକ ଚତୁର୍ଥାଂଶ ହିଁ ଚାର୍ଜ କରିବ ବୋଲି ଜଣାଯାଇଛି। ସ୍ୱିଗି ଏବଂ ଜୋମାଟୋ ଏବେ ରେସ୍ତୋରାଁଠାରୁ ୨୦ ପ୍ରତିଶତ କମିଶନ ଆକାରରେ ନେଉଛନ୍ତି। ଏହାର ଲୟାଲଟି ପ୍ରୋଗ୍ରାମ ପ୍ରାଇମ୍‌ ସବ୍‌ସକ୍ରାଇବ କରିବା ଉପରେ ଖାଦ୍ୟ ଉପରେ କମିଶନ ଲାଗିବ ନାହିଁ। ଆମାଜନ୍‌ କ୍ଲାଉଡ୍‌ କିଚେନ୍‌ ଆରମ୍ଭ କରିବାକୁ ଯାଉଛି, ଯାହାର ଫୋକସ ସମ୍ପୂର୍ଣ୍ଣ ଭାବେ ହୋମ୍‌ଡେଲିଭରି ଉପରେ ହେବ। ଏଥିସହ ଗ୍ରାହକଙ୍କୁ ଅନେକ ପ୍ରକାରର ରିହାତି ମଧ୍ୟ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.