ଏଥର ଆପଣଙ୍କର ବୈଷ୍ଣବୀ ଦେବୀ ଦର୍ଶନ ହେବ ପୂରଣ: IRCTC ସ୍ୱତନ୍ତ୍ର ଅଫର, ଭାରତ ଗୌରବ ଟ୍ରେନ୍ ଯୋଗେ କରିପାରିବେ ଯାତ୍ରା

ଯଦି ଆପଣ ମଧ୍ୟ ନବରାତ୍ରୀ ସମୟରେ ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଆପଣଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ନୂଆଦିଲ୍ଲୀର ସଫରଦଗଞ୍ଜ ରେଳ ଷ୍ଟେସନରୁ କଟରା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଭାରତ ଗୌରବ ଟ୍ରେନ୍ ଚଳାଇବାକୁ ଆଇଆରସିଟିସି ଘୋଷଣା କରିଛି। ଏହି ଟ୍ରେନରେ ଯିବା ପାଇଁ IRCTC ଏକ ସମ୍ପୂର୍ଣ୍ଣ ଟୁର୍ ପ୍ୟାକେଜ୍ ଆଣିଛି । ଯେଉଁଥିରେ ୪ ରାତି ଏବଂ ୫ ଦିନର ଏକ ଟୁର୍ ପ୍ୟାକେଜ୍ ରହିବ। ଏହାକୁ ଆପଣ ୧୧,୯୯୦ ଟଙ୍କା ଦେଇ ବୁକ୍ କରିପାରିବେ ।

ନବରାତ୍ରୀ ସମୟରେ କଟରା ଯାଉଥିବା ଟ୍ରେନରେ ଅଧିକ ଭିଡ଼ ହୋଇଥାଏ । ତେଣୁ ଏହି ଟ୍ରେନରେ ସିଟ୍ ପାଇବା ବହୁତ କଷ୍ଟକର । ଏହାକୁ ଦୃଷ୍ଟିରେ ରଖି IRCTC ଏହି ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଉପସ୍ଥାପନ କରିଛି । ଏହି ସ୍ୱତନ୍ତ୍ର ଟ୍ରେନ୍ ୩୦ ସେପ୍ଟେମ୍ବରରେ ସଫରଦଗଞ୍ଜ ରେଳ ଷ୍ଟେସନରୁ ଗଡିବ । ଏଥିରେ ୧୧ ଟି ପର୍ଯ୍ୟାୟ ଏସି କୋଚ୍ ରହିବ ଏବଂ ୬୦୦ ତୀର୍ଥଯାତ୍ରୀ ଏଥିରେ ଯାତ୍ରା କରିପାରିବେ । ଗାଜିଆବାଦ, ମରେଠ , ମୁଜାଫରନଗର, ସାହାରନପୁର, ଅମ୍ବାଲା, ସିରହିନ୍ଦ ଏବଂ ଲୁଧିଆନାର ଲୋକମାନେ ଏହି ଟୁର ପ୍ୟାକେଜର ଲାଭ ଉଠାଇ ପାରିବେ।

ଭାରତ ଗୌରବ ଟ୍ରେନ୍ ହେଉଛି ଏକ ଆଧୁନିକ ଟ୍ରେନ୍ । ଯାତ୍ରୀଙ୍କ ସୁବିଧା ପାଇଁ ଏହା ଇନଫୋଟେନ୍ମେଣ୍ଟ ସିଷ୍ଟମ ସହିତ ସଜାଯାଇଛି ଏବଂ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ଟୁର୍ ପ୍ୟାକେଜ୍ ନେଉଥିବା ତୀର୍ଥଯାତ୍ରୀମାନେ ତୃତୀୟ ଏସି କୋଚରେ ଯାତ୍ରା କରିବେ ଏବଂ ଭଲ ହୋଟେଲରେ ରହିବେ । ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥାର ମଧ୍ୟ ସୁବିଧା ଯୋଗାଇ ଦିଆଯିବ । ଭକ୍ତମାନଙ୍କୁ କଟରାରୁ ମାତାଙ୍କ ଦର୍ଶନ ପାଇଁ ବସ୍ ମଧ୍ୟ ଯୋଗାଇ ଦିଆଯିବ ।

ଏସି କୋଚ୍ ଏବଂ ସିଙ୍ଗିଲ ସେୟାରିଙ୍ଗ ପାଇଁ ୧୩,୭୯୦ ଟଙ୍କା ଦେବାକୁ ପଡିବ । ଏଥି ସହିତ, ଡବଲ୍ ଏବଂ ଟ୍ରିପଲ୍ ସେୟାର ପାଇଁ ୧୧,୯୯୦ ଟଙ୍କା ଦେବାକୁ ପଡିବ ।ଏହା ବ୍ୟତୀତ ୫ ରୁ ୧୧ ବର୍ଷର ପିଲା ପାଇଁ ୧୦,୭୯୫ ଟଙ୍କା ଦେବାକୁ ପଡିବ । ଆପଣ ଏହାକୁ IRCTC ର ଅଫିସିଆଲ୍ ୱେବସାଇଟ୍ ରୁ ଟୁର୍ ପ୍ୟାକେଜ୍ ବୁକ୍ କରିପାରିବେ।

ଏହି ଯାତ୍ରା ୩୦ ସେପ୍ଟେମ୍ବର ସନ୍ଧ୍ୟା ଠାରୁ ଆରମ୍ଭ ହେବ। ଯାତ୍ରୀମାନେ ସଫରଦଗଞ୍ଜ ଷ୍ଟେସନରୁ ଟ୍ରେନରେ ଚଢି ପରଦିନ ସକାଳେ କଟରା ପହଞ୍ଚିବେ । ଏହା ପରେ ଯାତ୍ରୀମାନଙ୍କୁ ହୋଟେଲରେ ରଖାଯିବ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ମଧ୍ୟାହ୍ନ ଭୋଜନ ପରେ ଯାତ୍ରୀମାନେ ବୈଷ୍ଣବୀ ଦେବୀ ଯିବେ। ରାତାରାତି ବୈଷ୍ଣବୀ ଦେବୀ ହୋଟେଲରେ ରହିବେ । ଭକ୍ତମାନେ ପରଦିନ ବୈଷ୍ଣବୀ ଦେବୀଙ୍କ ନିକଟରେ ପୁରା ଦିନ ବିତାଇବେ। ରାତିରେ ହୋଟେଲରେ ରହି ପରଦିନ ଅପରାହ୍ନରେ କଟରା ଅଭିମୁଖେ ଯାତ୍ରା ବାହାରିବେ । ସନ୍ଧ୍ୟାରେ ଟ୍ରେନ୍ ଯୋଗେ ଦିଲ୍ଲୀରେ ପହଞ୍ଚିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.