ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଜି ଶେଷ ତାରିଖ, ନଦେଲେ ପଡ଼ିବ ଫାଇନ୍

ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଜି ଶେଷ ତାରିଖ। ଏଥର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇନହାିଁ। ଏଯାଏ ୫ କୋଟିରୁ ଅଧିକ ଲୋକ ଦାଖଲ କଲେଣି।

ଆଜି IT ରିଟର୍ଣ୍ଣ ଦାଖଲ ନ କଲେ ଫାଇନ ଦେବାକୁ ପଡ଼ିବ । ବାର୍ଷିକ ଆୟ ୫ଲକ୍ଷ ହୋଇଥିଲେ କରଦାତାଙ୍କୁ ୧ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ । ଯଦି ୫ ଲକ୍ଷରୁ ଅଧିକ ହେଲେ ୫ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ଗତକାଲି ସୁଦ୍ଧା ୫ କୋଟି କରଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି।

ସେପଟେ ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବୃଦ୍ଧି କରିବାକୁ ସୋସିଆଲ ମିଡ଼ିଆରେ ଜୋର ଦାବି ଉଠିଛି । ତେବେ କେନ୍ଦ୍ର ସରକାର ଚଳିତ ବର୍ଷ ଆଇଟିଆର ଫାଇଲିଂ ତାରିଖ ଆଉ ବୃଦ୍ଧି କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.