TVS ସିକ୍ରେଟଲୀ ଲଞ୍ଚ୍‌ କଲା ନିଜ ଦମଦାର ସ୍କୁଟର, iPhone14 ରୁ ବି କମ୍‌ ଦାମରେ ମିଳିବ ଏହି ଗାଡି

ଟିଭିଏସ୍‌ ମୋଟର କମ୍ପାନୀ ନିଜର NTorq 125 ରେସ୍‌ ଏଡିସନ୍‌ ସ୍କୁଟର ମଡେଲ ଲାଇନଅପରେ ଏକ ନୂଆ ମରୀନ ବ୍ଲୁ କଲର ଲଞ୍ଚ୍‌ କରିଛି। କମ୍ପାନୀ NTorq 125 ରେସ୍‌ ଏଡିସନ ମରୀନ ବ୍ଲୁ କଲରକୁ ଲଞ୍ଚ୍‌ କରିଦେଇଛି। ନୂଆ କଲର ଭେରିୟଣ୍ଟର ଦାମ୍‌ ରହିଛି ୮୭,୦୧୧ ଟଙ୍କା। ଏବଂ ଏହାର ଅନ୍ୟ କଲର ଭେରିୟଣ୍ଟସ ତୁଳନାରେ ପ୍ରାୟ ୫୦୦ ଟଙ୍କା ମହଙ୍ଗା ରହିଛି।

ଏହାପୂର୍ବରୁ TVS NTorq ରେସ ଏଡିସନ୍‌ ଦୁଇଟି ପେଣ୍ଟ ସ୍କିମ, ରେଡ ବ୍ଲାକ ଏବଂ ୟେଲୋ ବ୍ଲାକରେ ଉପଲବ୍ଧ କରାଯାଇଥିଲା। ବର୍ତ୍ତମାନ ନୂଆ ପେଣ୍ଟ ସ୍କିମ୍‌ ଲଞ୍ଚ୍‌ କରାଯାଇଥିବା ବ୍ୟତୀତ ଏହି ସ୍କୁଟରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଏହା 125.8cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍‌ ସହିତ ଆସିଥାଏ, ଯାହା 9.4bhp ଏବଂ 10.5Nm ଆଉଟପୁଟ ଦେଇଥାଏ। ଏହା ୯ ସେକେଣ୍ଡରୁ ୦ ରୁ ୬୦ କିମି ପ୍ରତି ଘଣ୍ଟା ବେଗରେ ଚାଲିଥାଏ। ଏବଂ ଏହା ୯୫ କିମି ପ୍ରତି ଘଣ୍ଟାର ଟପ୍‌ ସ୍ପିଡରେ ଚାଲିଥାଏ। ଏହାର ଅଧିକ ପାଓ୍ଵାରଫୁଲ ଭେରିୟଣ୍ଟ ହେଉଛି NTorq Race XP, ଯାହା ୧୦.୦୬ବିଏଚପି ଏବଂ ୧୦.୮ଏନଏମ ଡେଲିଭର କରିଥାଏ। NTorq Race Edition ଏଡିସନର ମୋଟ ଲମ୍ବ ୧୮୬mm, ଚଉଡା ୭୧୦mmଏବଂ ଉଚ୍ଚତା ରହିଛି ୧୧୬୪mm। ଏହାର ହ୍ଵିଲବେସ ୧୨୮୫ mm ରହିଛି।

କମ୍ପାନୀର ଫ୍ୟୁଚର ପ୍ଲାନ୍‌ ବିଷୟରେ କହିବା ତ ଟିଭିଏସ ନିଜର ଅପକମିଙ୍ଗ୍‌ ନୂଆ ଇଲେକଟ୍ରିକ ସ୍କୁଟରର ଟେଷ୍ଟିଙ୍ଗ ଆରମ୍ଭ କରିଦେଇଛି। ନିକଟରେ ଯାହାର ସ୍ପାଇ ସଟ୍ସ ସାମ୍ନାକୁ ଆସିଥିଲା। ଏହା ଟିଭିଏସ କ୍ରେଓନ୍‌ ଇଭି କନସେପ୍ଟର ଫାଇନାଲ ପ୍ରଡକ୍ସନ୍‌ ଭର୍ସନ ହୋଇପାରେ। ଯାହାକୁ ପ୍ରଥମ ଥର ୨୦୧୮ ଅଟୋ ଏକ୍ସପୋରେ ଅନବିଲ କରାଯାଇଥିଲା। କନସେପ୍ଟ ମଡେଲରେ ତିନିଟି ଲିଥିୟମ-ଆୟନ ବ୍ୟାଟେରୀ ଏବଂ 12kW ଇଲେକଟ୍ରିକ ମୋଟର ଥିଲା। ଏହାକୁ ୫.୧ ସେକେଣ୍ଡରେ ୦.୬୦ କିମି ପ୍ରତି ଘଣ୍ଟା ସ୍ପିଡ୍‌ ଦେବା ସହ ସିଙ୍ଗଲ ଫୁଲ ଚାର୍ଜରେ ୮୦ କିମି ରେଞ୍ଚ୍‌ ଦେଇଥାଏ।

Leave A Reply

Your email address will not be published.