ମାତ୍ର ୧୦,୯୯୯ ଟଙ୍କା ଦେଇ ଘରକୁ ଆଣନ୍ତୁ ୮୬ କିମି ମାଇଲେଜ୍‌ ଦେଉଥିବା TVSର ଏହି ବାଇକ, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

ଟିଭିଏସ୍‌ ମୋଟର ନିଜ ଗ୍ରାହକଙ୍କ ପାଇଁ ସମୟ ସମୟରେ ବଢ଼ିଆ ଅଫର୍ସ ଏବଂ ଡିସକାଉଣ୍ଟ ଦେଉଛି। ଅଗଷ୍ଟ ମାସ ଆରମ୍ଭ ହୋଇଯାଇଛି। ଏବଂ ଏମିତିରେ ଏବେ କମ୍ପାନୀ ଆଉ ଥରେ ଏକ ଖାସ୍‌ ଏବଂ ବଢ଼ିଆ ଅଫର ଆଣିଛି, ଯାହାକୁ ଜାଣିବା ପରେ ଆପଣ ବାଇକକୁ ସହଜରେ କିଣିପାରିବେ। ଟିଭିଏସ Star City Plus ର ନିଜର 110cc ବାଇକ ସେଗମେଣ୍ଟରେ ବଢ଼ିଆ ଅଫର ଦେଉଛି।

ଟିଭିଏସ ୱେବସାଇଟ୍‌ ମୁତାବକ ଯଦି ଆପଣ Star City Plusକୁ ଚଳିତ ମାସ କିଣୁଛନ୍ତି ତାହେଲେ ଆପଣଙ୍କୁ ବହୁତ କମ୍‌ ଡାଉନ ପେମେଣ୍ଟର ଅଫର ମିଳିଯିବ। ମାତ୍ର ୧୦,୯୯୯ ଟଙ୍କା ଦେଇ ଆପଣ ଏହି ବାଇକକୁ ନିଜ ଗ୍ୟାରେଜରେ ଛିଡା କରିପାରିବେ। ଗ୍ରାହକଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ବାଇକକୁ କିଣିବା ପାଇଁ ଇନକମ୍‌ ପ୍ରୁଫର ଆବଶ୍ୟକତା ପଡିବନାହିଁ ଏବଂ ବହୁତ କମ୍‌ ଡକ୍ୟୁମେଣ୍ଟ ଦରକାର ପଡିଥାଏ। ଏହାବ୍ୟତୀତ ୦% ପ୍ରୋସେସିଙ୍ଗ ଫିସ, କମ୍‌ ରୁ ଅତି କମ୍‌ ରେଟ ଅଫ୍‌ ଇଷ୍ଟରେଷ୍ଟ, ନୋ କଷ୍ଟ ଇଏମଆଇ ଏବଂ ୭୦୦୦ ଟଙ୍କା ଛାଡ ବି ଆପଣଙ୍କୁ ଏଥିରେ ମିଳିଯିବ। ଦାମ ବିଷୟରେ କଥା ହେବା ତ ଷ୍ଟାର ସିଟି ପ୍ଲସ ଦୁଇଟି ଭେରିୟଣ୍ଟରେ ଉପଲବ୍ଧ ରହିଛି। ଏହାର ଡ୍ରମ ବ୍ରେକ ମଡେଲର ଦାମ୍‌ ୭୨,୩୦୫ ଟଙ୍କା ରହିଛି। ଆଉ ଏହାର ଡିସ୍କ ବ୍ରେକ ମଡେଲର ଦାମ୍‌ ୭୫,୦୫୫ ଟଙ୍କା ରହିଛି।

Star City Plusରେ BS6, 110ccର ସିଙ୍ଗଲ ସିଲିଣ୍ଡର, ଫୁଏଲ ଇଞ୍ଜେକଟେଡ ଇଞ୍ଜିନ ଦିଆଯାଇଛି, ଯାହା 8.08 bhpର ମ୍ୟାକ୍ସିମମ୍‌ ପାଓ୍ଵାର ଏବଂ 8.7 Nmର ଟର୍କ ଜେନେରେଟ୍‌ କରିଥାଏ। ଏହି ଇଞ୍ଜିନ ୪ ସ୍ପିଡ୍‌ ଗିୟରବକ୍ସ ସହ ଲେସ୍‌ ରହିଛି। ଏଥିରେ ETFi କିମ୍ବା Eco-Thrust ଫୁଏଲ ଇଞ୍ଜେକସନ ଟେକନିକ୍‌ ଦିଆଯାଇଛି। ଯେଉଁ କାରଣରୁ ଏହା ଏବେ ୧୫ ପ୍ରତିଶତ ଅଧିକ ମାଇଲେଜ୍‌ ଦେବ। ବାଇକର ଟପ୍‌ ସ୍ପିଡ ୯୦ କିଲୋମିଟର ପ୍ରତି ଘଣ୍ଟା ଟପ୍‌ ରହିଛି। ସୂଚନା ମୁତାବକ ମାଇଲେଜ ଏହି ବାଇକରେ ମାଇଲେଜ୍‌ 86 kmpl ରହିଛି।

ଟିଭିଏସ ଷ୍ଟାର ସିଟି ପ୍ଲସରେ LED ହେଡଲ୍ୟାମ୍ପ ଦେଖିବାକୁ ମିଳିଥାଏ। ଏଥିରେ ୟୁଏସବି ଚାର୍ଜର ଦିଆଯାଇଛି। ଖରାପ ରାସ୍ତାରେ ଏହି ବାଇକର ଫ୍ରଣ୍ଟରେ ଟେଲିସ୍କୋପିକ୍‌ ଫର୍କ ସସପେନସନ୍‌ ଏବଂ ଏହା ରିୟରରେ ୫ ଷ୍ଟେପ ଆଡଜେଷ୍ଟବଲ ରିୟର ସକ୍ସ ଦିଆଯାଇଛି। ଏଥିରେ ୧୭ ଇଞ୍ଚର ଟ୍ୟୁବଲେସ ଟାୟର୍ସ ମିଳିଥାଏ। ବାଇକର ଲୁକ ସ୍ପୋର୍ଟି ହେଲେ ମଧ୍ୟ ଏହାର ସିଟ୍‌ ମଧ୍ୟ ଆରାମଦାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.