ଆପଣଙ୍କ ଦରମାରେ ସାମିଲ ହୋଇ ରହିଛି ଏହି ୧୦ଟି ବିକଳ୍ପ ଯାହା ବଞ୍ଚାଇପାରେ ଆପଣଙ୍କ ଟ୍ୟାକ୍ସ, ଜାଣନ୍ତୁ ଏହି ବିଷୟରେ

ଆପଣ ଅଫିସରୁ ପାଉଥିବା ଦରମାରେ ଅନେକ ବିକଳ୍ପ ବା ଭତ୍ତା ସାମିଲ ହୋଇ ରହିଥାଏ ଯାହା ଟ୍ୟାକ୍ସ ଭାର କମାଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଏତଦବ୍ୟତୀତ କିଛି ଟ୍ୟାକ୍ସ ରହିଛି ଯାହାକୁ ବ୍ୟବହାର କରି ଆପଣ ବାର୍ଷିକ ଟ୍ୟାକ୍ସ ଫାଇଲିଂରୁ ମଧ୍ୟ ଛାଡ଼ ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ୧୦ଟି ବିକଳ୍ପ ରହିଛି ଯାହା ଟିକସ ଛାଡ ଅଧୀନରେ ଆସିଥାଏ..

LTA : କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଲିଭ ଟ୍ରାଭେଲ ଅଲାଉନ୍ସ (LTA) ଦିଅନ୍ତି ଯାହାଦ୍ୱାରା କର୍ମଚାରୀମାନେ ପରିବାର ସହିତ ଦେଶର ଯେକୌଣସି ସ୍ଥାନକୁ ଯାଇପାରିବେ । ଟ୍ରେନ୍, ବିମାନ, ସାର୍ବଜନିକ ପରିବହନ ଦ୍ଵାରା ଟ୍ରାଭେଲରେ ରିହାତି ମିଳିଥାଏ । 4 ବର୍ଷରେ ଦୁଇଥର ଭ୍ରମଣରେ ଏହି ଲାଭ ମିଳିଥାଏ ।

OPINION: Why budget proposal on phasing out income tax exemptions ...

EPF: ୱାର୍କରଙ୍କ ବେଶିକ ସାଲାରି ଏବଂ ଭତ୍ତାର 12% କର୍ମଚାରୀ ପ୍ରୋଭିଡେଣ୍ଟ୍ ପାଣ୍ଠି (ଇପିଏଫ୍) ରେ ବିନିଯୋଗ ହୋଇଥାଏ । କମ୍ପାନୀ ମଧ୍ୟ ସମାନ ପରିମାଣର ରାଶି ବିନିଯୋଗ କରିଥାଏ । କର୍ମଚାରୀଙ୍କ ଅଂଶଧନ ଉପରେ 1.5 ଲକ୍ଷ ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳିଥାଏ ।

କାର ମେଣ୍ଟେନାନ୍ସ ଅଲାଉନ୍ସ : କାର ଖର୍ଚ୍ଚ ଉପରେ ରି-ଇନଭେଷ୍ଟମେଣ୍ଟ କ୍ଲେମ ବା ଫେରସ୍ତ ଦାବି । କମ୍ପାନୀର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଛାଡ ।

ଚିଲଡ୍ରେନ ଏଜୁକେସନ ଅଲାଉନ୍ସ: ପିଲାଙ୍କ ଫି ଦେବାପାଇଁ କମ୍ପାନୀମାନେ ବର୍ଷକୁ 1200 ଟଙ୍କା କିମ୍ବା ମାସକୁ 100 ଟଙ୍କା ଭତ୍ତା ପ୍ରଦାନ କରନ୍ତି । ଏହା ବ୍ୟତୀତ 80C ଅଧୀନରେ ଟ୍ୟୁସନ ଫି ଉପରେ ଟିକସ ଛାଡ କରାଯାଇଥାଏ ।

HRA (House Rent Allowance): ଦରମାର ଏକ ଅଂଶ ଶ୍ରମିକଙ୍କୁ ଘରଭଡା ଦେବା ପାଇଁ ମିଳିଥାଏ । ଏହି ଛାଡ ପାଇଁ ଏହା କର୍ମଚାରୀଙ୍କ ବେତନର ଏକ ଅଂଶ ହେବା ଆବଶ୍ୟକ ।

What are the benefits of paying income tax? - ICICI Blog

ଫୁଡ୍ କୁପନ୍: ଅଫିସରେ ଖାଦ୍ୟ ଏବଂ ପାନୀୟ ପାଇଁ କମ୍ପାନୀଗୁଡିକ ଦ୍ୱାରା ଖାଦ୍ୟ କୁପନ୍ ଦିଆଯାଏ । ଏଥିରେ ବର୍ଷକୁ 26,400 ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଇଥାଏ ।

ହଷ୍ଟେଲ ଖର୍ଚ୍ଚ ଉପରେ ଛାଡ: ପିଲାମାନଙ୍କ ହଷ୍ଟେଲ ଖର୍ଚ୍ଚ ପାଇଁ କମ୍ପନୀ ବାର୍ଷିକ 3,600 ନଚେତ ମାସିକ 300 ଟଙ୍କା ଭତ୍ତା ପ୍ରଦାନ କରନ୍ତି । ଏହି ରିହାତି ସର୍ବାଧିକ 2 ଜଣ ପିଲାଙ୍କ ପାଇଁ ଉପଲବ୍ଧ ।

ଫୋନ୍ ବିଲ୍ ରି-ଇନଭେଷ୍ଟମେଣ୍ଟ : ଏହା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସଂଯୋଗ ସହିତ ଟେଲିଫୋନ୍ ଖର୍ଚ୍ଚ ବହନ କରେ । ଏଥିରେ ଟେଲିଫୋନ-ମୋବାଇଲ୍ ବିଲର ରି-ଇନଭେଷ୍ଟମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ ।

5,000 ଟଙ୍କା ପର୍ଯ୍ୟନ୍ତ ଗିଫ୍ଟ ଭାଉଚର୍: କମ୍ପାନୀ କର୍ମଚାରୀମାନଙ୍କୁ ଉପହାର ଦିଅନ୍ତି, ଯାହା ଉପରେ ଟ୍ୟାକ୍ସ ଛାଡ଼ ଥାଏ । ଯଦିଓ ଏହାର ସର୍ତ୍ତ ହେଉଛି ଏହାର ମୋଟ ମୂଲ୍ୟ ବାର୍ଷିକ 5000 ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ ।

ୟୁନିଫର୍ମ ଭତ୍ତା: କର୍ମଚାରୀମାନେ ୟୁନିଫର୍ମ କ୍ରୟ ଏବଂ ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଉପରେ ମଧ୍ୟ ଟିକସ ଛାଡ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.