GAIL ରେ ଚାକିରି ସୁଯୋଗ: ସିନିଅର ଇଂନିଜିୟର, ମ୍ୟାନେଜର ସମେତ ଅନେକ ପଦବୀ ଖାଲି

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଗେଲ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ସିନିଅର ଇଂଜିନିୟର, ମ୍ୟାନେଜର ସମେତ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି। ଏଠାରେ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁ ପ୍ରାର୍ଥୀ ଏଥିରେ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ଅଫିସିଆଲ ୱେବସାଇଟ https://www.gailonline.com/ କୁ ଯାଇ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବା ପାଇଁ ପ୍ରଥମେ ୱେବସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରିନିଅନ୍ତୁ।

ପଦବୀ ବିବରଣୀ : ୭୭

ମାର୍କେଟିଂ ମ୍ୟାନେଜର : ୨
ମ୍ୟାନେଜର ମାର୍କେଟିଂ ଇର୍ଟରନ୍ୟାସନାଲ ଏନଏନଜି ଆଣ୍ଡ ସିପିଂ :୩
ସିନିଅର ଇଂଜିନିୟରିଂ ଇଲେକ୍ଟ୍ରିକାଲ :୪
ସିନିଅର ଇଂଜିନିୟରିଂ କେମିକାଲ: ୨
ସିନିଅର ଅଫିସର : ୫
ସିନିଅର ଇଂଜିନିୟରିଂ ସିଭିଲ : ୧
ସିନିଅର ଅଫିସର: ୨
ସିନିଅର ଅଫସିର ମାର୍କେଟିଂ: ୫
ସିନିଅର ଅଫିସର ଏଚଆର: ୬
ସିନିଅର ଅଫିସର ସିସି: ୨
ସିନିଅର ଇଂଜିନିୟର ସିଭିଲ : ୧
ସିନିଅର ହିନ୍ଦୀ : ୧
ସିନିଅର କେମିଷ୍ଟ: ୧
ଫୋନରମ୍ୟାନ(ଇଲେକ୍ଟ୍ରିକାଲ) : ୧
ଫୋରନମ୍ୟାନ(ଇନଷ୍ଟ୍ୟମେଣ୍ଟ) :୧
ଫୋରମ୍ୟାନ(ମେକାନିକାଲ): ୨

ଆବେଦନ କରିବାର ତାରିଖ : ପ୍ରାର୍ଥୀ ଆବେଦନ ୧୫ ଅକ୍ଟୋବର ୨୦୨୨ ଯାଏଁ କରିପାରିବେ। ଏହାପରେ କୌଣସି ଆପ୍ଲିକେସନ ଫର୍ମକୁ ଗ୍ରହଣ କରାଯିବ ନାହିଁ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ଭିନ୍ନ ଭିନ୍ନ ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ନିଶ୍ଚିତ ଭାବେ B.E/B.tech/B.sc. Engg/ ଡିଗ୍ରୀ କିମ୍ବା PG କରିଥିବା ଜରୁରୀ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗର ପ୍ରାର୍ଥୀ ୨୦୦ ଟଙ୍କା, ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ gailonline.com ଯାଇ ଆବେଦନ କରିପାରିବେ।

ଏହାପରେ ୱେବସାଇଟର ହୋମପେଜକୁ ଯାଇ career ସେକ୍ସନ ଯାଆନ୍ତୁ।

ତା’ ପରେ ‘SPECIAL RECRUITMENT DRIVE FOR SC/ ST/ OBC (NCL)/PwBD CANDIDATES IN VARIOUS DISCIPLINES‘ ଲିଙ୍କକୁ ଯାଆନ୍ତୁ।

ତା’ ପରେ ରେଜିଷ୍ଟ୍ରେସନ କରନ୍ତୁ।

ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ ଫର୍ମ ଜମା କରନ୍ତୁ।

ଆବେଦନ ପ୍ରକ୍ରିୟା ପୁରା ହେବା ପରେ ଏହାର ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.gailonline.com/

https://img.freejobalert.com/uploads/2022/09/Notification-GAILSr-Engg-Manager-Other-Vacancy.pdf

Also Read : ONGC ରେ ଲିଗାଲ୍‌ ଆଡଭାଇଜରୀ ପଦବୀ ଖାଲି, ଲ’ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.