AIC ରେ ଖାଲିପଡିଛି ମ୍ୟାନେଜମେଣ୍ଟ ଟ୍ରେନି ଏବଂ ହିନ୍ଦୀ ଅଫିସର ପଦବୀ, ୧୩ ଡିସେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

ଚାକିରି ଖୋଜୁଛନ୍ତି ? ଆପଣ ଯଦି ପାଠପଢି ବେକାର ବସିଛନ୍ତି, ତେବେ ଜଲଦି କରନ୍ତୁ। ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌(AIC) ।AIC ରେ ଖାଲିପଡିଛି ୩୧ ପଦବୀ। ଏଥିପାଇଁ ନୋଟିଫିକେସନ ଜାରି ହୋଇଛନ୍ତି। ଏହି ଭର୍ତ୍ତି ମ୍ୟାନେଜମେଣ୍ଟ ଟ୍ରେନି ଏବଂ ହିନ୍ଦୀ ଅଫିସର ପଦବୀରେ ହେବ। ଯଦି ଆପଣ ଏଥିରେ ଆପ୍ଲାଏ କରିବାକୁ ଚାହୁଁଚନ୍ତି, ତେବେAIC ର ୱେବସାଇଟକୁ ଯାଇ ନିଜର ରେଜିଷ୍ଟ୍ରେସନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୩ ଡିସେମ୍ବର ୨୦୨୧ ରହିଛି। ଏହି ପଦବୀରେ ଭର୍ତ୍ତି ପାଇଁ ପରୀକ୍ଷା ୨୦୨୨ରେ ହେବ।

ପଦବୀ ବିବରଣୀ: ୩୧

ମ୍ୟାନେଜମେଣ୍ଟ ଟ୍ରେନି
ହିନ୍ଦୀ ଅଫିସର

ଜରୁରୀ ତାରିଖ: ଆବେଦନ କରିବା ପାଇଁ ଶେଷ ତାରିଖ ୧୩ ଡିସେମ୍ବର ୨୦୨୧ ରହିଛି।

କେମିତି କରିବେ ଆବେଦନ:

ପ୍ରଥମେ AICର ୱେବସାଇଟ https://www.aicofindia.com/ କୁ ଯାଆନ୍ତୁ।

ଏଠାରେ ଆପଣ ହୋମପେଜରେ ଲାଟେଷ୍ଟ ସେକ୍ସନରେ ଏକ ବକ୍ସ ଦେଖିବାକୁ ମିଳିବ। ଏଠାରେ ଥିବା ସବୁ ମେସେଜକୁ ଭଲ ଭାବେ ପଢନ୍ତୁ।

ଏହି ଭର୍ତ୍ତି ପାଇଁ ଥିବା ବିଜ୍ଞାପନ ଦେଖିବା ପରେ ସେଠାରେ କ୍ଲିକ କରନ୍ତୁ।

ଏହି ବିଜ୍ଞାପନ ଉପରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରସନ କରନ୍ତୁ ଏବଂ ସଂପୂର୍ଣ୍ଣ ବିବରଣୀ ଦିଅନ୍ତୁ।

ଏହା ପରେ ଆବେଦନ ଶୁଳ୍କ ଭରି ସବମିଟ୍‌ କରନ୍ତୁ।

ଏବେ ଏହି ଫର୍ମର ପ୍ରିଣ୍ଟଆଉଟ କାଢି ରଖନ୍ତୁ।

ଧ୍ୟାନ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ ୧୩ ଡିସେମ୍ବର ୨୦୨୧ ରହିଛି।

ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ପରୀକ୍ଷା ଫିସ ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି ଏବଂ PwBD କ୍ୟାଟେଗୋରୀ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଦରମା: ମ୍ୟାନେଜମେଣ୍ଟ ଟ୍ରେନି ପାଇଁ ୪୦ ହଜାର ଟଙ୍କା ଦରମା ରହିଥିବା ବେଳେ ହିନ୍ଦୀ ଅଫିସର ପାଇଁ ୩୨,୯୭୫ ଟଙ୍କା ପ୍ରତି ମାସକୁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.