ଟ୍ୱିଟର ଜରିଆରେ ବିଜୟ ମାଲ୍ୟାଙ୍କ ଅଭିଯୋଗ, ରୁଣ ପରିଶୋଧ କରିବା ପାଇଁ ଚାହାଁନ୍ତି କିନ୍ତୁ ସାହାଯ୍ୟ କରୁନାହାଁନ୍ତି ବ୍ୟାଙ୍କ୍ ଏବଂ ଇଡି

ଭାରତରେ ପଳାୟନପନ୍ଥି ଭାବେ ଘୋଷିତ ହୋଇଥିବା କିଙ୍ଗଫିସରର ମାଲିକ ବିଜୟ ମାଲ୍ୟା ପୁଣିଥରେ ନିଜର ସମସ୍ତ ଋଣ ପରିଶୋଧ କରିବେ ବୋଲି କହିଛନ୍ତି । ତେବେ ବିଜୟ ମାଲ୍ୟା ଟ୍ୱିଟର ଜରିଆରେ ଲେଖିଛନ୍ତି ଯେ ବ୍ୟାଙ୍କ୍ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଥିରେ ତାଙ୍କର ସହଯୋଗ କରୁନାହାଁନ୍ତି । ଏହାସହିତ ଭାରତରେ କରୋନା ଭାଇରସ୍ ଯୋଗୁଁ ଜାରି କରାଯାଇଥିବା ଲକ୍ ଡାଉନକୁ ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ବିଜୟ ମାଲ୍ୟା ଲେଖିଛନ୍ତି ଯେ ଭାରତ ସରକାର ପୁରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମୁଁ ଏହାର ସମ୍ମାନ ମଧ୍ଯ କରୁଛି କିନ୍ତୁ ଏହି କାରଣରୁ ମୋର ସମସ୍ତ କମ୍ପାନୀର କାମ ବନ୍ଦ ହୋଇଯାଇଛି । ସବୁ ପ୍ରକାରର ମ୍ୟାନୁଫ୍ୟାକଚରିଂ ମଧ୍ଯ ବନ୍ଦ । ତେବେ ଏସବୁ ପରେ ମଧ୍ୟ ମୁଁ କର୍ମଚାରୀମାନଙ୍କୁ ଘରକୁ ପଠାଇ ଦେଇନି ଏବେବି ସେମାନଙ୍କୁ ଦରମା ଦିଆଯାଉଛି । ସେଥିପାଇଁ ସରକାର ମଧ୍ୟ ସାହାଯ୍ୟ କରିବା ଆବଶ୍ୟକ ।

ତେବେ ଏହା ପ୍ରଥମଥର ନୂହେଁ ଯେ ବିଜୟ ମାଲ୍ୟା ଟ୍ୱିଟର ଜରିଆରେ ପଇସା ଫେରାଇବା ପାଇଁ କହିଛନ୍ତି । ଏହା ପୂର୍ବରୁ ମଧ୍ଯ ସେ ଅଫର ଦେଇସାରିଛନ୍ତି । ଯଦିଓ ବିଜୟ ମାଲ୍ୟା ବର୍ତ୍ତମାନ୍ ଭାରତ ଆସିବା ପାଇଁ ପ୍ରସ୍ତୁତ ନୁହଁନ୍ତି ଗତ ୪ ବର୍ଷ ହେଲା ସେ ଲଣ୍ଡନରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.