ଧମାକାଦାର ଅଫର !! କେବଳ ୪ ଟଙ୍କାରେ କିଣି ପାରିବେ ଏମଆଇ ପ୍ରଡ଼କ୍ଟ

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ ନିର୍ମାତା ଭାରତରେ ଏହାର ଚାରି ବର୍ଷ ପୂର୍ତ୍ତି ଅବସରରେ ଧମାକାଦାର ସେଲ ଆରମ୍ଭ କରିଛି। ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ସେଲରେ କେବଳ ୪ ଟଙ୍କାରେ ଆପଣ ସାଓମିର ବିଭିନ୍ନ ପ୍ରଡ଼କ୍ଟ କିଣିପାରିବେ। ଆଜ୍ଞା ହଁ , ଆପଣ ଠିକ୍ ଶୁଣିଛନ୍ତି ଆଜି ସେଲର ଦ୍ବିତୀୟ ଦିନ ହୋଇଥିବା ବେଳେ ଫ୍ରଡ଼କ୍ଟ ମାନଙ୍କ ମଧ୍ୟରେ ଟିଭି , ସ୍ମାର୍ଟଫୋନ୍ , ଏମଆଇ ବ୍ୟଣ୍ଡ ଆଦି ମାତ୍ର ୪ଟଙ୍କାରେ କିଣି ପାରିବେ।

୪ ଟଙ୍କାର ଏହି ସେଲରେ ୫୫ଇଞ୍ଚର ଏମଆଇ ଏଲଡ଼ି ସ୍ମାର୍ଟ ଟିଭି, ରେଡ଼ମି ନୋଟ ୫ପ୍ରୋ, ରେଡ଼ମି ୱାଇ ୨, ଏମଆଇ ବ୍ୟଣ୍ଡ ୨ ଉପଲବ୍ଧି ରହିଛି। ଏହି ସେଲ୍ ୩ଦିନ ପର୍ୟ୍ୟନ୍ତ ଅର୍ଥାତ୍ ୧୨ ଜୁଲାଇ ଯାଏଁ ରହିଥିବା ବେଳେ ପ୍ରତିଦିନ ସନ୍ଧ୍ୟା ୪ଟାରୁ ଆରମ୍ଭ ହେଉଛି।

ଏଥିରେ ଖାଲି ୪ଟଙ୍କା ଭଳି ଅଫର ଅଛି ତାହା ନୁହଁ ଏମଆଇ ମାକ୍ସ ୨ ଏବଂ ଏମଆଇ ମିକ୍ସ ୨ ଆଦିରେ ମଧ୍ୟ ୧୦୦୦ଟଙ୍କା ରିହାତି ରହିଛି। ଏହା ଛଡ଼ା ଏସବିଆଇ କ୍ରେଡ଼ିଟ୍ କାର୍ଡ, ମୋବିକୁଇକ୍, ପେଟିଏମ୍ ଆଦିରେ କ୍ୟାସବ୍ୟାକ୍ ଅଫର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.