ସଫେଇକର୍ମୀ ଚାକିରି ପାଇଁ ମିଳିବ ୧୭.୫ ଲକ୍ଷ ମାସିକ ଦରମା, ଖାଲିପଡିଥିବା ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି

ଖବର ପଢି ହୁଏତ ଆପଣ ବିଶ୍ୱାସ ନ କରିପାରନ୍ତି। କିନ୍ତ ସତ। ବ୍ରିଟେନରେ ମହାମାରୀ ଏଲିଜାବେଥ ବଙ୍କିଂହାମ୍‌ ପ୍ୟାଲେସ ଏବଂ ଓ୍ଵିଣ୍ଡସର କେସଲରେ ଜଣେ ମହିଳା ସଫେଇକର୍ମୀଙ୍କ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ଆବେଦନକାରୀଙ୍କୁ ମାସକୁ ୧୭.୫ ଲକ୍ଷ ଦରମା ମିଳିବ।

ବିଜ୍ଞପ୍ତି ମୁତାବକ, ସଫେଇ କର୍ମୀ ମହଲରେ ରହି କାମ କରିବେ କିମ୍ବା ପ୍ରତିଦିନ ଘରକୁ ଯିବା ଆସିବା ପାଇଁ ସୁବିଧା ପାଇପାରିବେ। ତାଙ୍କ ଯାତ୍ରା ଠାରୁ ଆରମ୍ଭ କରି ଖାଦ୍ୟପେୟର ସବୁ ଖର୍ଚ୍ଚ ମହଲ ପକ୍ଷରୁ ଉଠାଯିବ। କିନ୍ତୁ ରାଜପ୍ରସାଦର ସଫେଇ ସର୍ବଶ୍ରେଷ୍ଠ ଅନ୍ଦାଜରେ କରିବାକୁ ହେବ।

Job

ଇଚ୍ଛୁକ ଆବେଦନକାରୀଙ୍କ ପାଖରେ ଇଂଲିଶ ଏବଂ ଗଣିତ ଭଲଭାବେ ଆସୁଥିବା ଆବ୍ୟାକ। ହୋଟେଲ ଏବଂ ରସୋର୍ଟରେ କାମ କରିଥିବା ଲୋକଙ୍କୁ ଅଗ୍ରାଧିକାର ଦିଆଯିବ। ମହିଳା ସଫେଇକର୍ମୀ ପଦବୀ ପାଇଁ ରାଜପ୍ରସାଦର ଅଧିକାର େଓ୍ଵବସାଇଟକୁ ଯାଇ ୨୮ ଅକ୍ଟୋବର ପୂର୍ବରୁ ଆବେଦନ କରିନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.