ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ପ୍ରଥମ ଥର ପାଇଁ ରେକର୍ଡ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର ୭୯୫ ଆକ୍ରାନ୍ତ ହୋଇଥିଲେ ।

ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋବରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ହୋଇଛି । ଦେଶରେ କିଛି ଦିନରେ ହେବ ଲଗାତର ୫୦ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଗତକାଲି ୯୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ୮୯ ହଜାରରୁ ଅଧିକ ପଜିଟିଭ୍‌ ଆସିଥିଲା । ଏବେ ଦେଶରେ ଆକ୍ଟିଭ କେସ୍‌ ୭ଲକ୍ଷ ଅତିକ୍ରମ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.