ଭାରତରେ ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୨୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ସ୍ଥିତି । ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୧୨୪ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୧୦ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ୧୧ହଜାର ୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ ୧ଲକ୍ଷ ୭୧ ହଜାର ୮୩୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୨ହଜାର ୧୭ରେ ପହଞ୍ଚିଛି।

ଦିଲ୍ଲୀ, ମୁମ୍ବାଇ ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ମୁମ୍ବାଇ, ଦିଲ୍ଲୀ ପରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢି ଚାଲିଛି । ମହାରାଷ୍ଟ୍ରରେ ଦିନକରେ ୧୨ ହଜାରରୁ ଅଧିକ ପଜିଟିଭ ବାହାରିଛନ୍ତି । ଏଥିରୁ ମୁମ୍ବାଇରେ ୮ହଜାର ୮୨ ପଜିଟିଭ୍‌ କେସ୍‌ ଆସିଛି ।

ସେହିପରି ଗତକାଲି ଦିଲ୍ଲୀରେ ୪ହଜାର ୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ରାଜଧାନୀରେ ପଜିଟିଭିଟି ହାର ୬.୪୬ ପ୍ରତିଶତ ବଢିଛି। ରବିବାର ତୁଳନାରେ ସୋମବାର ନୂଆ ମାମଲା ୨୮ପ୍ରତିଶତ ବଢିଛି । ଗତ ୭ ମାସରେ ଏହା ସର୍ବାଧିକ । ବର୍ତ୍ତମାନ ଜାତୀୟ ରାଜଧାନୀରେ କୋଭିଡ୍‌ ଆକ୍ଟିଭ କେସ୍‌ ୧୦ ହଜାର ଅତିକ୍ରମ କରି ୧୦ ହଜାର ୯୮୬ରେ ପହଞ୍ଚିଛି ।

ୟେଲୋ ଆଲର୍ଟ ସତ୍ତ୍ୱେ ଦିଲ୍ଲୀରେ ବେଲଗାମ ସଂକ୍ରମଣ । ପରିସ୍ଥିତିର ମୁକାବିଲା ପାଇଁ ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ବୈଠକ ହେବ । ଏ ନେଇ ରାଜୀବ ଚୌକରୁ ଅଧିକ ସୂଚନା ଦେଉଛନ୍ତି ଆମ ଦିଲ୍ଲୀ ବ୍ୟୁରୋ ଚିଫ ଆଶୁତୋଷ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.