ରାଜ୍ଯରେ ଆଜି ସର୍ବାଧିକ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୭୮ ଏବଂ ଲୋକାଲ୍ କେସରୁ ୧୭୯୨ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୬୨,୯୨୦ରେ ପହଁଚିଛି। ଏମାନଙ୍କ ୧,୨୫,୭୩୮ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୬,୪୭୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୮୭୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 ସେହିପରି ଅନୁଗୁଳରୁ ୧୪୭, ବାଲେଶ୍ବରରୁ ୧୫୦, ବରଗଡରୁ ୧୮୩, ଭଦ୍ରକରୁ ୫୫, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୨, କଟକରୁ ୩୭୪, ଦେଓଗଡ ୧୮,ଢେଙ୍କାନାଳରୁ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡା ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୯୯, କେନ୍ଦୁଝରରୁ ୮୭, କୋରାପୁଟରୁ ୮୩, ମାଲକାନଗିରିରୁ ୬୪, ମୟୁରଭଞ୍ଜରୁ ୧୩୧, ନବରଙ୍ଗପୁରରୁ ୮୬, ନୟାଗଡରୁ ୪୭, ନୂଆପଡାରୁ ୧୧୯, ପୁରୀରୁ ୨୮୭, ରାୟଗଡାରୁ ୮୦, ସମ୍ବଲପୁରରୁ ୧୧୪, ସୋନପୁରରୁ ୭୪ ଏବଂ ସୁନ୍ଦରଗଡରୁ ୩୮ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୨୬୨ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ପୁରୀ ଓ ସମ୍ବଳପୁରରୁ ୩ଜଣଙ୍କର ଜୀବନ ଯାଇଛି । ଏହାସହ ଖୋର୍ଦ୍ଧାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କଳାହାଣ୍ଡି,ମୟୁରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୫୬ ମୃତ୍ୟୁକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.