ଦେଶରେ ୩୦ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟା ଭିତରେ ସର୍ବାଧିକ ୪୯,୩୧୦ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍। ଏହାରି ଭିତରେ ଦେଶରେ ୩୦ହଜାର ଟପିଲା ମୃତ୍ୟୁ ସଂଖ୍ୟା । ସୂଚନା ମୁତାବକ ୩୦ହଜାର ୬୦୧କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସବୁ ରେକର୍ଡ ଭାଙ୍ଗି ସର୍ବାଧିକ ୪୯ହଜାର ୩୧୦ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ଘଣ୍ଟାରେ ୭୪୦ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।

ମାହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ୍। ମହାରାଷ୍ଟ୍ରରେ ୩ଲକ୍ଷ ୪୭ହଜାର ୫୦୨ ଆକ୍ରାନ୍ତ ହୋଇଥିବାବେଳେ ୧୨ହଜାର ୮୫୪ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ୧ଲକ୍ଷ ୨୭ହଜାର ୩୬୪ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ୩ହଜାର ୭୪୫ଜଣଙ୍କ ମୃତ୍ୟୁ ହୋଇଛି।

ତାମିଲନାଡ଼ୁରେ ୩ହଜାର ୨୩୨, ଗୁଜରାଟରେ ୨ହଜାର ୨୫୨, ୟୁପିରେ ୧୨୮୯ ଓ ପଶ୍ଚିମବଙ୍ଗରେ ୧୨୫୫ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ୧୨ଲକ୍ଷ ୮୭ହଜାର ୯୪୫ ଆକ୍ରାନ୍ତ ହୋଇଛନ୍ତି । ୮ଲକ୍ଷ ୧୭ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ବିଭିନ୍ନ ହସ୍ପିଟାଲରେ ୪ଲକ୍ଷ ୪୦ହଜାର ୧୩୫ ଜଣ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.