ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ତିନି ଲକ୍ଷ ଟପିଛି ପଜିଟିଭ୍‌ଙ୍କ ସଂଖ୍ୟା। ୩ଲକ୍ଷ ୫୪ହଜାର ୬୫ଜଣ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୮୬ହଜାର ୯୩୫ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ ୧ଲକ୍ଷ ୫୫ହଜାର ୨୨୭ ଜଣ ଚିକିତ୍ସାଧୀନ ଅଛନ୍ତି।

Coronavirusମୃତକଙ୍କ ଭିତରେ ଆନ୍ଧ୍ରପ୍ରଦେଶରେ ୮୮ ଜଣ, ଆସାମରେ ୮ ଜଣ, ବିହାରରେ ୪୧ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୯ ଜଣ, ଦିଲ୍ଲୀରେ ୧୮୩୭ ଜଣ, ଗୁଜରାଟରେ ୧୫୩୩ ଜଣ, ହରିୟାଣାରେ ୧୧୮ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୩ ଜଣ, ଝାଡ଼ଖଣ୍ଡରେ ୯ ଜଣ, କର୍ଣ୍ଣାଟକରେ ୯୪ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୭୬ ଜଣ, ମହାରାଷ୍ଟ୍ରରେ ୫୫୩୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୬ ଜଣ, ପଞ୍ଜାବରେ ୭୨ ଜଣ, ରାଜସ୍ଥାନରେ ୩୦୮ ଜଣ, ତାମିଲନାଡୁରେ ୫୨୮ ଜଣ, ତେଲେଙ୍ଗାନାରେ ୧୯୧ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୫ ଜଣ, ଉତ୍ତରପ୍ରଦେଶରେ ୪୧୭ ଜଣ ଏବଂ ପଶ୍ଚମବଙ୍ଗରେ ୪୯୫ ଜଣ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.