ଦେଶରେ ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ଖସୁଛି । ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୯୪୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୪୩ ହଜାର ୧୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପୂର୍ବଦିନ ଥିଲା ୩ ଲକ୍ଷ ୬୨ ହଜାର ୭୨୦ । ମଙ୍ଗଳବାର ଦିନ ଦେଶରେ ସର୍ବାଧିକ ମୃତ୍ୟୁସଂଖ୍ୟା ୪ ହଜାର ୨୦୫ ରେକର୍ଡ ହୋଇଥିଲା । ସାଢ଼େ ୩ ଲକ୍ଷ ତଳକୁ ପଜିଟିଭ ସଂଖ୍ୟା ରହିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୪ ହଜାର ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.