ଦେଶରେ ଗତ ୨୪ ଘଣ୍ଟାରେ ଆଉ ୮୩ ହଜାର ୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୬ ମୃତ

ନୂଆଦିଲ୍ଲୀ: ଦେଶରେ ୩୯ ଲକ୍ଷ ପାର୍‌ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଆଉ ୮୩ ହଜାର ୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧ ହଜାର ୯୬ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା ୬୮ ହଜାର ୪୭୨କୁ ବୃଦ୍ଧି ପାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ରେ ପହଞ୍ଚିଛି । ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୮ ଲକ୍ଷ ୩୧ ହଜାର ୧୨୪ ରହିଥିବା ବେଳେ ୩୦ ଲକ୍ଷ ୩୭ ହଜାର ୧୫୨ ଜଣ କରୋନାରୁ ସୁସ୍ଥ ହୋଇ ସାରିଲେଣି । ସେପଟେ ଦେଶରେ ଆକ୍ଟିଭ୍‌ କେସ୍‌ ମଧ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ରହିଛି।

corona_testମୋଟ୍‌ ଆକ୍ଟିଭ କେସ୍‌ର ମାତ୍ର ୦.୩୩ ପ୍ରତିଶତ ଅର୍ଥାତ୍‌ ୨୭୧୭ ଜଣ ଭେଣ୍ଟିଲେଟରରେ ରହିଥିବା ବେଳେ ୨.୦୩ ପ୍ରତିଶତ ଅର୍ଥାତ୍‌ ୧୬ ହଜାର ୫୪୫ ରୋଗୀ ଆସିୟୁରେ ଓ ୩.୪୯ ପ୍ରତିଶତ ଅର୍ଥାତ୍‌ ୨୮ ହଜାର ୪୩୭ ରୋଗୀ ଅକ୍ସିଜେନ୍‌ ସପୋର୍ଟରେ ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.