ଭାରତରେ ୭ ଲକ୍ଷ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିଲ୍ଲୀ ଓ ତାମିଲନାଡୁରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା ପାର କଲାଣି ୭ ଲକ୍ଷ । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ କରୋନାରେ ମୋଟ ୭ ଲକ୍ଷ ୧୯ ହଜାର ୬୬୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଥାଉକି, ମହାମାରୀ କରୋନା ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଁଚି ସାରିଛି । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ମିଳିଥିବା ଖବର ମୁତାବକ ଭାରତରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ରେ ପହଞ୍ଚିଲାଣି ।

covid vaccine-0ଏହାସହିତ ଏଠାରେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୯ ହଜାର ୯୪୮ ଜଣ । ସମୁଦାୟ ୨ ଲକ୍ଷ ୫୯ ହଜାର ୫୫୭ ଆକ୍ଟିଭ୍‌ କେସ ରହିଛି । ଅନ୍ଯପଟେ ମହାରାଷ୍ଟ୍ରରେ ୨ଲକ୍ଷ ୧୧ ହଜାର ୯୮୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୯ ହଜାର ୨୬ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଦିଲ୍ଲୀ ଓ ତାମିଲନାଡୁର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେବେ ଭାରତ ଉପରକୁ ରହିଛି ବ୍ରାଜିଲ ଓ ଆମେରିକା । ବ୍ରାଜିଲ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ଆମେରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.