ଉତ୍ତର କୋରିଆ: ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ। ଏହାଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ମୋଟ ସଂକ୍ରମଣ ମାମଲା ଏବେ ୮ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ମାତ୍ର ୩ ଦିନ ମଧ୍ୟରେ କରୋନା ପ୍ରକୋପରେ ଦେଶବାସୀ ଆତଙ୍କିତ ହୋଇପଡିଛନ୍ତି।
ଉତ୍ତର କୋରିଆ ସରକାର ଗତ ଗୁରୁବାର ଦେଶର ପ୍ରଥମ କରୋନା ଲହର ବାବଦରେ ଘୋଷଣା କରିଥିଲେ। ଅନେକ ଲୋକ ଓମିକ୍ରନ ଭାରିଆଣ୍ଟରେ ଚିହ୍ନଟ ହେବା ପରେ ସରକାର ବାଧ୍ୟ ହୋଇ ଏହା ଘୋଷଣା କରିଥିଲେ। ଗତ ଏପ୍ରିଲ ପରଠାରୁ ଲୋକମାନେ ଅସ୍ୱାଭାବିକ ଜ୍ୱରରେ ପୀଡିତ ହୋଇଆସୁଛନ୍ତି। ଓମିକ୍ରନ ଯୋଗୁ ଏଭଳି ହୋଇଥିବା ସ୍ପଷ୍ଟ ହୋଇଯାଇଛି।