ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ହଜାର ୯୦୧ ଆକ୍ରାନ୍ତ ଚିହ୍ନଟ, ୮ମୃତ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ୧୦ ପ୍ରତିଶତ ତଳକୁ ଖସିଲା ଦୈନିକ ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ୫ହଜାର ୯୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୯.୩୩ ପ୍ରତିଶତ । ଆଜି ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

୨୪ ଘଣ୍ଟାରେ ୬୩ ହଜାର ୨୦୯ ନମୁନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫୪୫, କଟକରୁ ୪୦୨ ଓ ବାଲେଶ୍ୱରରୁ ୩୦୦ ନୂଆ କେସ୍‌ ଆସିଛି । ଆକ୍ଟିଭ୍‌ କେସ୍‌ ରହିଛି ୭୦ ହଜାର ୩୨୭ । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତିି ୭୩୯ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.