ଦେଶରେ ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ, ପ୍ରାଣ ହରାଇଛନ୍ତି ୩ ହଜାର ୪୭୧ ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ଏପ୍ରିଲ ମାସରେ ଦେଶରେ କେବଳ ଚିହ୍ନଟ ହୋଇଛନ୍ତି ୬୯ ଲକ୍ଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ଏହି ତିନି ମାସରେ ୬୪ ଲକ୍ଷ ୯୦ ହଜାର ମାମଲା ରିପୋର୍ଟ ହୋଇଥିଲା । ଏବେ ଗୋଟିଏ ମାସରେ ବାହାରିଛନ୍ତି ୬୯ ଲକ୍ଷ । ୯ ଦିନ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୨୧ ତାରିଖରେ ୩ ଲକ୍ଷରେ ପହଁଚିଥିଲା ସଂକ୍ରମଣ । ୯ଦିନ ପରେ ୪ଲକ୍ଷ ଛୁଇଁଛି ସଂକ୍ରମଣ । ଯାହାକି ଭାରତ ପାଇଁ ଚିନ୍ତାଜନକ ବିଷୟ ।

ଏପ୍ରିଲରେ ପ୍ରାଣ ହରାଇଛନ୍ତି ୪୮ ହଜାର ୭୬୮ ଜଣ । କ୍ରମାଗତ ଚତୁର୍ଥ ଦିନ ପାଇଁ ୩୦୦୦ ଉପରେ ରହିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୪୭୧ ଜଣ । ମହାରାଷ୍ଟ୍ରରେ ୮୨୮ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ପ୍ରାଣ ହରାଇଛନ୍ତି ୩୭୫ ଜଣ । ସେହିଭଳି ମହାରାଷ୍ଟ୍ରରେ ୬୨ ହଜାର ୯୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୪୮ ହଜାର ୨୯୬ ଚିହ୍ନଟ ହୋଇଛନ୍ତି । କେବଳ ବେଙ୍ଗାଲୁରୁରେ ୨୬ ହଜାର ୫୯୬ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ତାମିଲନାଡୁରେ ୧୮ ହଜାର ୬୯୨, ପଶ୍ଚିମବଙ୍ଗରେ ୧୭ ୪୧୧, ଆନ୍ଧ୍ରପ୍ରଦେଶରେ ୧୭ ହଜାର ୩୫୪, ବିହାାରରେ ୧୫ ହଜାର ୮୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

Leave A Reply

Your email address will not be published.